‘ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଦ୍ୱାରା ଶ୍ରମିକ କଲ୍ୟାଣ ହେବ’
ଭୁବନେଶ୍ୱର : ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘ (BMS)ର ୨୧ ତମ ତ୍ରିବାର୍ଷିକ ସମ୍ମିଳନୀରେ ଯୋଗଦେଇ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଦ୍ୱାରା ଶ୍ରମିକ କଲ୍ୟାଣ ହେବା ସହିତ ଦେଶର ଭବିଷ୍ୟତ ଅଭିବୃଦ୍ଧିକୁ ସଶକ୍ତ କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଶ୍ରମର ସର୍ବୋଚ୍ଚ ମର୍ଯ୍ୟାଦା ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାର…


