ଲୋକସେବା ଭବନ ସମ୍ମେଳନ କକ୍ଷରେ ହେବ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଉଦଘାଟନ
ଚିଲିକା/ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ସହଯୋଗରେ ଚଳିତ ବର୍ଷ ଜାନୁଆରୀ ୬ ରୁ ୮ ତାରିଖ ଯାଏଁ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜିତ ହେବ। ସଂରକ୍ଷଣ-ନେତୃତ୍ୱାଧୀନ ପର୍ଯ୍ୟଟନ, ସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ଭାଗୀଦାରି ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ନିମନ୍ତେ ଚିଲିକା ହ୍ରଦଠାରେ ଏହି ମହୋତ୍ସବର ଆୟୋଜନ କରାଯାଇଛି। ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ, ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ଉନ୍ନତି,…


