ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ “ଅଗ୍ନି”ଅଭିଯାନ
ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ 14ରୁ 27 ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ତରଫରୁ ସମଗ୍ର ଓଡ଼ିଶାରେ “ଅଗ୍ନି”ଅଭିଯାନ ଆରମ୍ଭ କରାଯାଇଥିଲା। ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ସମଗ୍ର ରାଜ୍ୟରେ ସର୍ବମୋଟ 184 ଟି ମାମଲା ରୁଜୁ ହୋଇଥିବା ବେଳେ, 133 ଜଣଙ୍କୁ ଗିରଫ…


