ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀଙ୍କ ଜାତୀୟ ରେକର୍ଡ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ଜି. ଏକ ନୂଆ ରେକର୍ଡ କରିଛନ୍ତି। ସେ ଏବଂ ଅନ୍ୟ କେତେକ ଆଥଲେଟ୍ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା (ଏସିଆନ୍ ଗେମ୍ସ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଦ୍ୱାରା ରଖାଯାଇଥିବା ଯୋଗ୍ୟତା ମାନଦଣ୍ଡକୁ ଦ୍ୱିତୀୟ ଦିନରେ…

ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର – ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ…

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନଜନକ ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍–୨୦୨୬

ଭୁବନେଶ୍ୱର : ରୁଷିଆର କାଲିନିନଗ୍ରାଡ୍ ରିଜିଅନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା ଭସ୍କର୍ଯ୍ୟ ଉତ୍ସବରେ ସମ୍ମାନଜନକ ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍–୨୦୨୬ ହାସଲ କରିଥିବା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମଙ୍ଗଳବାର ଲୋକ ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ, ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଭାରତୀୟ…

ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଏବଂ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଉଦ୍‌ଘାଟନ କରି କହିଛନ୍ତି, ରାଜ୍ୟ ସରକାର ଏହି ଦୁଇଟି ଯାକ ମିଶନକୁ ସଫଳ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି। ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ…

ରାଷ୍ଟ୍ରପତିଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ

ରାଇରଙ୍ଗପୁର : ଆସନ୍ତା ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁରକ୍ଷା ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉପରେ ଡିଜିପି…

ଓଡ଼ିଶାକୁ ମିଳିଲା ‘ପିଏମ୍ ସୂର୍ଯ୍ୟ ଘର’ ଜାତୀୟ ପୁରସ୍କାର

ଭୁବନେଶ୍ୱର: ସୌର ଶକ୍ତି କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ବଡ଼ ସଫଳତା ହାସଲ କରିଛି। କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବିଶେଷ ଅଭିଯାନରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଦେଇଛି। ଘର ଛାତ ଉପରେ ସୌର ପ୍ରକଳ୍ପ (Rooftop Solar) ଲଗାଇବା କ୍ଷେତ୍ରରେ ଓଡ଼ିଶା, ସର୍ବାଧିକ…

ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ଛତ୍ରପୁର: ପୁଣିଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଜିଲ୍ଲାକୁ ମିଳିଛି ୩ଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର। ଜିଲ୍ଲାର ୨ଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇବାର ଗୌରବ ହାସଲ କରିଛି। ସମଗ୍ର ରାଜ୍ୟରୁ ୪ଟି ପଞ୍ଚାୟତ ଏବଂ ଗୋଟିଏ ଜିଲ୍ଲା ଏହି ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିରୁ ୩ଟି ପୁରସ୍କାର ଏକାକୀ…

ଓଡ଼ିଶାର ସୁଦୃଢ଼ ପୂର୍ବ ସତର୍କୀକରଣ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ

ନୂଆଦିଲ୍ଲୀ/ପୁରୀ: ଭାରତର ବ୍ରିକ୍ସ୍ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ଜୁନ୍ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (ଡିଆର୍‌ଆର୍‌ଜି)ର ବୈଠକ ଆୟୋଜିତ ହେଉଛି।  “ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ତଥା ସମନ୍ଵୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ”ଶୀର୍ଷକରେ ଆୟୋଜିତ ଏହି ବୈଠକରେ ବ୍ରିକ୍ସ୍ ସଦସ୍ୟ ରାଷ୍ଟ୍ର ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ,…

ପୁରୀରେ ହେବାକୁ ଥିବା BRICS ରାଷ୍ଟ୍ରସମୂହର ଦ୍ଵିତୀୟ ବୈଷୟିକ ବୈଠକରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ

ଭୁବନେଶ୍ୱର: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ବୈଠକ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତିl ଏହି ଅବସରରେ ‘ଅତିଥି ଦେବୋ ଭବ’ରେ ବିଶ୍ବାସ ରଖୁଥିବା ଆମ…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

କଟକ: ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ…