ଗୁରୁତ୍ୱପୂର୍ଣ୍ଣ ଆବାସ ପ୍ରକଳ୍ପ ପରିଦର୍ଶନ କଲେ MoHUA ଯୁଗ୍ମ ସଚିବ

ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କୁଲଦୀପ ନାରାୟଣ ଭୁବନେଶ୍ୱର ଗସ୍ତ କରି ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ’ (PMAY-U) ଏବଂ PMAY-U 2.0 ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ନାରାୟଣ ସହରର ତିନୋଟି ପ୍ରମୁଖ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ, ଯାହା ଏହି ଫ୍ଲାଗସିପ୍ ଯୋଜନାର ବିଭିନ୍ନ ଅଭିନବ ଦିଗକୁ ପ୍ରଦର୍ଶିତ କରୁଛି l  ପ୍ରଥମେ ସେ ଚନ୍ଦ୍ରଶେଖରପୁରସ୍ଥିତ ‘ଆଫୋର୍ଡେବଲ୍ ହାଉସିଂ…

ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ଜାତୀୟ ମହିଳା ଆୟୋଗ କମିଶନରର ଅଧ୍ୟକ୍ଷା ବିଜୟା ରହାଟକରଙ୍କ ଉପସ୍ଥିତିରେ  ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନାରୀ ସୁରକ୍ଷା,ସେମାନଙ୍କ ନିରାପତ୍ତା  ଓ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ  ଆଗାମୀ ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ  ମୁଖ୍ୟ ଶାସନ ସଚିବ, ଓଡ଼ିଶା  ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଗୃହ, ଶିଳ୍ପ…

ଓଡ଼ିଶାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ପୋଲିସ ସଂକଳ୍ପବଦ୍ଧ

କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ…

ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି, ଜନସାଧାରଣ ବ୍ୟସ୍ତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି ଜିଲ୍ଲାସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଜିଲ୍ଲାସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିବା ସହିତ କଳାବଜାରୀ, ବେଆଇନ ମହଜୁଦକାରୀ ଦରଦାମ୍ ବୃଦ୍ଧି ପ୍ରତି ଜିଲ୍ଲାପାଳମାନେ ନିୟମିତ ଭାବେ ବିଭିନ୍ନ ମାର୍କେଟର ସ୍ଥିତି…

‘ଆହାର’ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସାରା ଓଡ଼ିଶାରେ ଥିବା ଆହାର ରୋଷେଇଶାଳ ଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ…

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା : ଓଡ଼ିଶା ପୋଲିସକୁ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ହରିୟାଣାର ଗୁରୁଗ୍ରାମ ସ୍ଥିତ  CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ  ଅଭୁତପୁର୍ବ ସଫଳତା ହାସଲ କରିଛି। ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ ସୁଟିଂ (୫୩୧ …

ମିଶନ ଶକ୍ତିର ବଡ଼ ପଦକ୍ଷେପ: ୨.୬୭ ଲକ୍ଷ SHGଙ୍କୁ ମିଳିଲା ୨୦୮.୩୫ କୋଟି ଟଙ୍କାର ସୁଧ ରିହାତି

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଠାରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତିର ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) କୁ ସୁଧ ରିହାତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଏବଂ…

ଗ୍ରୀଷ୍ମ ପ୍ରବାହ ମୁକାବିଲା : ଏସଓପିର କଡ଼ାକଡ଼ି ଅନୁପାଳନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ନ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଏବଂ ମାର୍ଗଦର୍ଶିକା (SOP) ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ପୌର ପ୍ରଶାସନର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକ ପ୍ରାରମ୍ଭରେ ପୌର  ନିର୍ଦ୍ଦେଶକ  ଅରିନ୍ଦମ ଡାକୁଆ ଆଲୋଚ୍ୟ ସୂଚୀ ଉପସ୍ଥାପନ କରିବା ସହ ଗ୍ରୀଷ୍ମ ପ୍ରବାହ ପାଇଁ…

ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳାମାନଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଭୁବନେଶ୍ଵର: ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ମଶାଳାକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି,…

୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ, ୩୨୦ କୋଟିର ୧୨୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।  ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର…