ଅଗଷ୍ଟ ୭ରୁ ୨୧ ପର୍ଯ୍ୟନ୍ତ ସମସ୍ତ ପୌରାଞ୍ଚଳରେ ଗରିମା ଜନସଚେତନତା ଓ ଆଇନ ପ୍ରବର୍ତ୍ତନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱଚ୍ଛତା କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ ୧୫ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ  ଅଭିଯାନ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ଆରମ୍ଭ ହୋଇଛି। ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ…

ସିଧାସଳଖ ଡିବିଟି ମାଧ୍ୟମରେ ଲଗାଣ ବର୍ଷା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତିl କ୍ଷୟକ୍ଷତି ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରାୟ ପ୍ରଭାବିତ ଜିଲ୍ଲାମାନଙ୍କର ରିପୋର୍ଟ ଇତିମଧ୍ୟରେ ରାଜ୍ୟସରକାରଙ୍କ ହସ୍ତଗତ ହୋଇଛି; ତେବେ କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର…

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ “ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ତୃତୀୟଲିଙ୍ଗୀ ବ୍ୟକ୍ତିମାନଙ୍କର ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ନବଗଠିତ “ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ”ର ପ୍ରଥମ ବୈଠକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସମାଜରେ ସମାନ ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ…

ଯାତ୍ରୀଙ୍କୁ ପ୍ରତି ୫୦ କିଲୋମିଟରରେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର: ରାଜ୍ୟର ସଡ଼କ ନେଟ୍‌ୱାର୍କ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଦୁର୍ଘଟଣାମୁକ୍ତ କରିବା ଦିଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି। ତେବେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍‌ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ିଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ କରିବା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତାକଡ଼ରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର (ସଡ଼କ ପାର୍ଶ୍ଵ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ନେଇ ଆଇନ, ପୂର୍ତ୍ତ…

ଓଡ଼ିଶାର ସ୍ୱଚ୍ଛ ଶକ୍ତିରେ ଅଗ୍ରଗତି ବିଷୟରେ ବଖାଣିଲେ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ହୋଟେଲ ଲି ମେରିଡିଏନଠାରେ ଆୟୋଜିତ ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬ରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ରାଜ୍ୟର ସ୍ୱଚ୍ଛ ଶକ୍ତି ଓ ସବୁଜ ଉତ୍ପାଦନ କ୍ଷେତ୍ରର ଅଗ୍ରଗତି ବିଷୟରେ ଆଲୋକପାତ କରିଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୁଟାନ ଶକ୍ତି ମନ୍ତ୍ରୀ ଲିୟନପୋ ଜେମ୍ ସେରିଙ୍ଗ ଓ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଅନୁରା କରୁଣାଥିଲାକେଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ଶକ୍ତି…

ସଚିବସ୍ତରୀୟ ବୈଠକ: ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।…

“ସ୍ୱାସ୍ଥ୍ୟ ସେବା,ଗବେଷଣା ଓ ଭିତ୍ତିଭୂମିରେ ଉନ୍ନତି ଆସିବ”

ଭୁବନେଶ୍ୱର: ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଗୁଜୁରାଟର ଆଇ-ହବ, ଅନ୍ତରା ଫାଉଣ୍ଡେସନ, ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ, ଅଦାନୀ ଗ୍ରୁପର ସେବାଦାନ ଆରୋଗ୍ୟ ଫାଉଣ୍ଡେସନ, ହେଲଥ ସିଷ୍ଟମ ଟ୍ରାଂସଫରମେସନ ପ୍ଲାଟଫର୍ମ, ଏମ୍ସ ଦିଲ୍ଲୀର ସେଣ୍ଟର ଫର ଏମେରଜେନ୍ସି ଏବଂ ଟ୍ରମା କେୟାର, କୋଚିର ଅମ୍ରିତା ହସ୍ପିଟାଲର ପେଡିଆଟ୍ରିକ କାର୍ଡିଆକ କେୟାର, କ୍ୟୁ।ଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆର ଏନଏବିଏଲ ମାନ୍ୟତା ପ୍ରାପ୍ତ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ/ଜିଲ୍ଲା ମୁଖ୍ୟ ହସ୍ପିଟାଲ ଲ୍ୟାବ,…

ଓଡ଼ିଶା ପୋଲିସ କୃତୀ କ୍ରୀଡ଼ାବିତଙ୍କୁ ଡିଜିପି ସମ୍ବର୍ଦ୍ଧିତ କଲେ

ଭୁବନେଶ୍ୱର: ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡାବିତମାନଙ୍କ ଚମକ ପୁଣିଥରେ ଦେଖିବାକୁ ମିଳିଛି।  ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ 12 ଜଣ କ୍ରୀଡାବିତ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପୋଲିସ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ  କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୩…

ୱାର୍ଡେନ୍ ମାନଙ୍କୁ ଏକ ସୁସ୍ଥ ଓ ନିରାପଦ ପରିବେଶ ସୃଷ୍ଟି କରିବାକୁ ଉପଦେଶ

ଭୁବନେଶ୍ବର: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ୱାର୍ଡେନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଯାଇଛି। ଜାତୀୟ ଶିକ୍ଷା ଯୋଜନା ଏବଂ  ପ୍ରଶାସନ ପ୍ରତିଷ୍ଠାନ ( ନିପା), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓଡ଼ିଶାର ମିଳିତ ସହ‌ଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE) ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା, ଯୁଗ୍ମ ନିର୍ଦ୍ଦେଶକ ଜାସ୍ମିନ୍ ପଟ୍ଟନାୟକ, ଡକ୍ଟର ସରିତା ଏମ୍…

‘ଆର୍ମି ଏୟାର ଡିଫେନ୍ସ କଲେଜ ଦେଶର ପ୍ରମୁଖ ପ୍ରତିରକ୍ଷା ତାଲିମ ପ୍ରତିଷ୍ଠାନ’

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ଉପରେ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଆୟୋଜିତ ଏକ ବୈଠକର ଅଧ୍ୟକ୍ଷତା କରି ରାଜ୍ୟପାଳ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା…