ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କର ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ (State Institute for Women and Children), ଲକ୍ଷ୍ମୀସାଗର, ଭୁବନେଶ୍ୱରଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO), ପ୍ରକଳ୍ପ ଅଧିକାରୀ (PO) ଓ ଜିଲ୍ଲାସ୍ତରୀୟ ଆକାଉଣ୍ଟସ (accounts)  ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ପାଇଁ “Finance, Accounts & Service related matters (ଆର୍ଥିକ, ହିସାବରକ୍ଷଣ ଓ ସେବା ସମ୍ବନ୍ଧୀୟ ବିଭିନ୍ନ ବିଷୟ)” ଉପରେ ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତିନୋଟି ପର୍ଯ୍ୟାୟରେ ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି କାର୍ଯ୍ୟକ୍ରମରେ, ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକୁ ୧୦ଟି ଲେଖାଏଁ କରି ତିନୋଟି ପର୍ଯ୍ୟାୟରେ ଯଥା ୭ ରୁ ୧୦ ଜୁଲାଇ, ୨୧ରୁ ୨୪ ଜୁଲାଇ ଏବଂ ୨୮ରୁ ୩୧ ଜୁଲାଇ ୨୦୨୬ ମଧ୍ୟରେ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଅଛି। ଏଥିରେ ପେନ୍‌ସନ ନିୟମାବଳୀ, ସର୍ଭିସ ଭେରିଫିକେସନ, ଛୁଟି ହିସାବ, TA ଓ LTC, କ୍ୟାଶ ବୁକ୍ ପରିଚାଳନା, କ୍ରୟ ନିୟମାବଳୀ, IFMS, ଆୟକର ,TDS, GST ଏବଂ HRMS ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଅଛି । ପ୍ରଶିକ୍ଷକମାନେ ରାଜ୍ୟ ଅର୍ଥ ବିଭାଗ, ମଧୁସୂଦନ ଏକାଡେମୀ, DTI ଏବଂ CMGI ରୁ ଆସି ବିଭିନ୍ନ ବିଷୟରେ ଶିକ୍ଷାଦାନ କରିଥିଲେ।

କାର୍ଯ୍ୟକ୍ରମ ଗୁଡିକରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ. ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଆର୍ଥିକ ପରାମର୍ଶଦାତ୍ରୀ- ତଥା -ସ୍ୱତନ୍ତ୍ର ଶାସନ ସଚିବ ଏଲୋରା ମହାନ୍ତି ଏବଂ ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ପ୍ରଶିକ୍ଷଣାର୍ଥୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ଶୃଙ୍ଖଳା, ସଠିକ୍ ହିସାବ ଓ ପରିଚାଳନା ତଥା ପେନ୍‌ସନ୍ ଓ ସେବା ସମ୍ଭନ୍ଧୀୟ ରେକର୍ଡ ଇତ୍ୟାଦି ପ୍ରତି ଅଧିକ ସଚେତନ ହୋଇ କାର୍ଯ୍ୟ କରିବାକୁ ପ୍ରେତ୍ସାହିତ କରିଥିଲେ।

ପ୍ରତ୍ୟେକ ପର୍ଯ୍ୟାୟର ଶେଷ ଦିନରେ ପ୍ରଶିକ୍ଷଣ ଆଧାରିତ ଏକ ମୂଲ୍ୟାଙ୍କନ ପରୀକ୍ଷାର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ମାନେ ନିଜର ବୃତ୍ତିଗତ ଦକ୍ଷତା ବୃଦ୍ଧି ସହିତ ଆର୍ଥିକ ପରିଚାଳନା ଓ ସେବା ସମ୍ବନ୍ଧୀୟ ଜ୍ଞାନକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଥିବା ନେଇ ପ୍ରଶିକ୍ଷାର୍ଥୀମାନେ ମତ ପ୍ରକାଶ କରି ସନ୍ତୋଷବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *