ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପରିବେଶ ଦିବସ

ଭୁବନେଶ୍ବର: ସାରା ରାଜ୍ୟରେ ବିଶ୍ବ ପରିବେଶ ଦିବସ ୨୦୨୬କୁ ଉତ୍ସାହର ସହ ପାଳନ କରିଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRSs)।  ଚଳିତ ବର୍ଷର ଥିମ୍, “ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ସହିତ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। EMRS କ୍ୟାମ୍ପସରେ ଏକ ବିଶାଳ ଚାରା ରୋପଣ ଅଭିଯାନରେ ଶହ ଶହ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। 

ଛାତ୍ରଛାତ୍ରୀମାନଙ୍କୁ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଏବଂ ନବୀକରଣୀୟ ଶକ୍ତି ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ପାରସ୍ପରିକ ଆଲୋଚନା ଏବଂ ଅଭିଜ୍ଞତାମୂଳକ ଶିକ୍ଷା କାର୍ଯ୍ୟକଳାପ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସତତ ବିକାଶ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ ହୋଇଥିଲେ।

Leave a Reply

Your email address will not be published. Required fields are marked *