ସୁରକ୍ଷିତ ବାଷ୍ପୀତ୍ର ଚାଳନ ତାଲିମ କର୍ମଶାଳା

ଭୁବନେଶ୍ବର: ବାଷ୍ପୀତ୍ର ଚାଳନରେ ସୁରକ୍ଷା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ କଳ କାରଖାନା ମାନଙ୍କ ରେ ନିୟୋଜିତ ବାଷ୍ପୀତ୍ର  ପରିଚାରକ ( Boiler Operator ) ମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଂକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବର ଲୋକସେବା ଭବନା ସ୍ଥିତ କନଭେନସନ ସେଣ୍ଟରରେ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l  

ମୁଖ୍ଯଅତିଥି ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ  ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ନିତି ରଂଜନ ସେନ ଉକ୍ତ କର୍ମଶାଳାକୁ ଉଦଘାଟନ କରି ଉଦବୋଧନ ଦେଇଥିଲେ l  ସମ୍ମାନିତ ଅତିଥି କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ତାଙ୍କ ଉଦବୋଧନରେ ବାଷ୍ପୀତ୍ର ପରି  ବିପଦ ପୂର୍ଣ୍ଣ ଚାପଯୁକ୍ତ ବାଷ୍ପ ଉତ୍ପାଦନକାରୀ ଉପକରଣର ସୁରକ୍ଷିତ ଚାଳନା ନିମନ୍ତେ ସତର୍କତା ସହିତ ଦାୟିତ୍ଵବୋଧତା,ଦକ୍ଷତା ଏବଂ ପାରଦର୍ଶିତାର ଆବଶ୍ୟକତା ଥିବା ଦୃଷ୍ଟିରୁ ବାଷ୍ପୀତ୍ର ପରିଚାରକ ମାନଙ୍କର ଗୁରୁଦାୟିତ୍ବ ରହିଛି l  

ଅନ୍ୟତମ ଅତିଥି ନିର୍ଦ୍ଦେଶାଳୟର କଟକ ମଣ୍ଡଳ ଉପନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା କର୍ମଶାଳାକୁ ସଞ୍ଚାଳନ କରିଥିଲେ l ଭୁବନେଶ୍ବର ଉପମଣ୍ଡଳର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ର କାନ୍ତ ଦଳାଇ ଏବଂ ନିର୍ଦ୍ଦେଶାଳୟ ମୁଖ୍ୟ ଦପ୍ତରର ସହକାରୀ ନିର୍ଦ୍ଦେଶକ ସୁରକ୍ଷା ଅନିଲ କୁମାର ନନ୍ଦ ତାଲିମ କର୍ମଶାଳା  ପରିଚାଳନାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ l ପରିଶେଷରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ନିତି ରଂଜନ ସେନ ଅଂଶ ଗ୍ରହଣକାରୀ ପଇଁଚାଳିଶି ଜଣ ବାଷ୍ପୀତ୍ର  ପରିଚାରକ ମାନଙ୍କୁ  ପ୍ରମାଣପତ୍ର ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *