Aama Khabar

୭୪ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ: ପୁରୁଷ ବିଭାଗରେ ଷଷ୍ଠ ବାଟାଲିୟନ, କଟକ ଟିମ ଚାମ୍ପିୟାନ

କଟକ: ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ୭୪ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଶ୍ରେଷ୍ଠ  କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଖୁରାନିଆ ତାଙ୍କ ବକ୍ତବ୍ୟରେ ଖେଳାଳୀ ମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା…

ଜାତୀୟସ୍ତରୀୟ ସଫ୍ଟ ବଲ୍ ପ୍ରତିଯୋଗିତା: ବ୍ରୋଞ୍ଜ ପଦକ ଜିତିଲେ ଓଡ଼ିଶା ଛାତ୍ର

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ସର୍ବଭାରତୀୟସ୍ତରରେ ବ୍ରୋଞ୍ଜ ପଦକ ହାସଲ୍ କରିପାରିଛି। ପଞ୍ଜାବକୁ ୩/୦ ରନ୍ ରେ ହରାଇ ତୃତୀୟ ସ୍ଥାନରେ ରହି ଏହି ସଫଳତା ହାସଲ୍ କରିଛି ଓଡ଼ିଶା। ଏହି ପ୍ରତିଯୋଗିତା ଫେବୃଆରୀ ୪ ରୁ ୮ ତାରିଖ ଯାଏଁ ଆୟୋଜିତ ହୋଇଥିଲା।  ବିଦ୍ୟାଳୟ ଓ ଗଣଶିକ୍ଷା…

ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଚକ୍ଷୁ ଦାନ ହେଉଛି ନିରାପଦ, ମହତ୍ତ୍ୱପୂର୍ଣ୍ଣ ଏବଂ ଜୀବନ ପରିବର୍ତ୍ତନକାରୀ I ଏ ଦିଗରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଗୋଷ୍ଠୀ ସଂଗଠନ, ଧାର୍ମିକ ଅନୁଷ୍ଠାନ ଏବଂ ଯୁବ ସମୁଦାୟମାନଙ୍କୁ ଚକ୍ଷୁ ଦାନର ମହତ ମୂଲ୍ୟ ଉପରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି I ସୋମବାର ଦିନ ଭୁବନେଶ୍ୱର ପଟିଆସ୍ଥିତ ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍‌ରେ “ଗିଫ୍ଟ ଅଫ୍ ସାଇଟ୍” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ

କଟକ: ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଆୟୋଜିତ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପର ଦ୍ୱିତୀୟ ଦିନର କ୍ରୀଡା ପ୍ରତିଯୋଗିତାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପୋଲିସ ଜିଲ୍ଲା, ବାଟାଲିୟନ୍ ଓ ୟୁନିଟ୍‌ର ଖେଳାଳିମାନେ ଉଚ୍ଚ ମାନର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଦିନରେ ପୁରୁଷ ଓ ମହିଳା ବର୍ଗରେ ବିଭିନ୍ନ ପ୍ରକାର ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ୧୦୦ ମିଟର ବାଧାଦୌଡ , ୧୧୦ ମିଟର…

ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍‌ରୋଡ୍‌ ନିର୍ମାଣ କରିବା ନେଇ ଯୋଜନା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ କାର୍ଯ୍ୟର ଗତିକୁ ବଢ଼ାଇବାକୁ ପଡ଼ିବ। ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ହେଲେ ସବୁ ରାସ୍ତାଘାଟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପଡ଼ିବ। ଏଥି ଲାଗି ଆଧୁନିକ ସଫ୍ଟୱେର  ଓ ଜ୍ଞାନକୌଶଳକୁ ଉପଯୋଗ କରି ନିଜର ଦକ୍ଷତାର ପରିଚୟ ଦେବା ପାଇଁ ଆଇନ, ପୂର୍ତ୍ତ…

BCPPERର ଅର୍ଥନୈତିକ ଆକାର ୨୦୪୭ ସୁଦ୍ଧା ୫୦୦ ବିଲିଅନ୍ ଡଲାରରେ ପହଞ୍ଚିବ

ଭୁବନେଶ୍ବର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି। ଏହି ଅବସରରେ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ

ଭୁବନେଶ୍ୱର: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ସେହୋର ଆମଲାହାଠାରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ “ରାଷ୍ଟ୍ରୀୟ ଡାଲି ଆତ୍ମନିର୍ଭରତା ମିଶନ” ଅଧୀନରେ ଡାଲି ଜାତୀୟ ଫସଲ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପରୋକ୍ତ କର୍ମଶାଳାରେ ଅଂଶଗ୍ରହଣ କରି ଓଡ଼ିଶାର ସାମଗ୍ରିକ କୃଷି ପରିସ୍ଥିତି ଉପରେ ଆଲୋକପାତ…

ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ଆନୁଷ୍ଠାନିକ ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍‌ଘାଟନ କରି କହିଛନ୍ତି, “ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ନିଦର୍ଶନ। ଏହା ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ । ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।” ହସ୍ତତନ୍ତ, ବୟନ…

ମଣିଷ-ବନ୍ୟଜନ୍ତୁ ସଂଘର୍ଷ ନିରାକରଣ: ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ‘ମଣିଷ-ବନ୍ୟଜନ୍ତୁ ସଂଘର୍ଷ ନିରାକରଣ’ ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗୋଷ୍ଠୀ ସ୍ୱେଚ୍ଛାସେବୀ, ବିଶେଷ କରି ଗଜ ସାଥୀ ଏବଂ ବିଦ୍ୟୁତ ପ୍ରହରୀମାନଙ୍କ ପାଇଁ ଏକ ସୁସଂଗଠିତ ‘ରୋଷ୍ଟର ଭିତ୍ତିକ ବ୍ୟବସ୍ଥା’ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ…

ସରକାରୀ ଅଧିକାରୀ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରନ୍ତୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସରକାରୀ ଅଧିକାରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା “ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ” ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଆମ ସରକାରଙ୍କ ଆଭିମୁଖ୍ୟ ରହିଛି। ସରକାରୀ ଅଧିକାରୀମାନେ ଓଡ଼ିଆରେ…