Aama Khabar

ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା “ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା, ଶାସନରେ ନୀତି” ବିଷୟରେ ସମ୍ଭାଷଣ

ଭୁବନେଶ୍ୱର: ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ଦ ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ “ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା, ଶାସନରେ ନୀତି”ବିଷୟରେ ଏକ ପ୍ରେରଣାଦାୟକ ସମ୍ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଏହି ସଭାରେ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଏକ ଅଗ୍ରଗତିଶୀଳ,  ଶାନ୍ତି, ସଦଭାବନା ଓ ଭାଇଚାରାର ସମନ୍ୱୟରେ ସମାଜ…

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକାର ବିତରଣ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ଉପନିର୍ବାଚନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶନରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ନୂଆପଡା ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 51 ହଜାର 919 ଭୋଟର ସୂଚନା ପତ୍ର ଏବଂ 85 ହଜାର ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରାଯାଇଛି। ଭୋଟର ତାଲିକାରେ…

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।  ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ  ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ,  ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ…

ବାଲିଯାତ୍ରାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

କଟକ: ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ। ଲୋକଙ୍କୁ ସୁଲଭ ମୂଲ୍ୟରେ ଏହି ବସ୍ତ୍ର ଯୋଗାଇ ଦେବା ଲକ୍ଷ୍ୟରେ ବାଲିଯାତ୍ରାରେ ବୟନିକା ଦ୍ୱାରା ସ୍ୱତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି। ଐତିହାସିକ କଟକ ବାଲିଯାତ୍ରାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଗତ ବୁଧବାର ଦିନ ଉଦଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଏହି…

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା  କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ କରିଛନ୍ତି। ଏହି ପାରମ୍ପରିକ ସୂକ୍ଷ୍ମ କାରୁକାର୍ଯ୍ୟ ବିଷୟରେ ଯୁବପିଢ଼ିଙ୍କୁ ଆକୃଷ୍ଟ ଓ ଅବଗତ କରାଇବା ପାଇଁ ଲାଇଭ ଡେମନଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି ।  ରୂପା ତାରକସି ପାଭିଲିୟନରେ…

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩: ଗ୍ରାଚୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସମ୍ବନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଦୂଇକିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା…

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧଦିବସ

ଭୁବନେଶ୍ୱର: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ…

ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର

କଟକ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ ଗଣତନ୍ତ୍ରକୁ ଅଧିକରୁ ଅଧିକ ମଜଭୂତ କରିବାର ଉଦ୍ଦେଶ୍ୟ ନେଇ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ସୁଶାନ୍ତ କୁମାର ମିଶ୍ର ଏହି ସୁସଜ୍ଜିତ କେନ୍ଦ୍ରକୁ ଆଜି ଉଦଘାଟନ…

ସୁଭଦ୍ରା ଶକ୍ତି ମେଳାରେ ଜି.ଆଇ ମାନ୍ୟତା ପ୍ରାପ୍ତ ଓ ଏକ ଜିଲ୍ଲା ଏକ ଉତ୍ପାଦ

ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଷଷ୍ଠ ଦିନରେ ମଧ୍ଯ ଦର୍ଶକମାନଙ୍କୁ ମୁଗ୍ଧ କରିଛିI ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ବାରା ଅନନ୍ୟ ଉତ୍ପାଦଗୁଡିକ ପ୍ରଦର୍ଶିତ କରୁଛନ୍ତିI ପାରମ୍ପରିକ ହସ୍ତଶିଳ୍ପ ଏବଂ କଳାକୃତିଠାରୁ ଆରମ୍ଭ କରି ଜୈବିକ ଉତ୍ପାଦ, ମା’ ମାନଙ୍କ ହାତ ରନ୍ଧା ଖାଦ୍ୟ, ଆସବାବପ‌ତ୍ର ଏବଂ ସାଜସଜ୍ଜା ସାମଗ୍ରୀ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର…

ବନାଞ୍ଚଳ ଉନ୍ନୟନ ସମିତି (OFSDP) ର ୩୭ତମ ପରିଚାଳନା ବୈଠକ

ଭୁବନେଶ୍ୱର: ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବନାଞ୍ଚଳ ଉନ୍ନୟନ ସମିତିର ସମସ୍ତ କାର୍ଯ୍ୟାଧାରା ଉପରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ପୂର୍ବ ସମସ୍ତ ବୈଠକର ନିଷ୍ପତ୍ତି ଗୁଡିକୁ ସମୀକ୍ଷା ପୂର୍ବକ ଏହାର ପ୍ରଗତି ଓ ଅନୁପାଳନ ନିଶ୍ଚିତ କରାଯାଇଥିଲା। ସ୍ଥାୟୀ ଜଙ୍ଗଲ…