Aama Khabar

ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା

ଭୁବନେଶ୍ୱର: ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀଆଜି  ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବଙ୍କ ସହ ଏକ ବୈଠକରେ  ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେl ଏଥିରେ ନୀତି ଆୟୋଗର ସଦସ୍ୟ ଡଃ ଅରବିନ୍ଦ ଭିରମାନୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ  ଥିଲେl ବୈଠକରେ ଓଡ଼ିଶାର…

ପ୍ରାୟ ୭ ଲକ୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଓ ୭୯୧୪ କୋଟି ଦେୟ ପ୍ରଦାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରିତ ଭାବେ ଜାରି ରହିଛି। ଆଜି ସୁଦ୍ଧା, ରାଜ୍ୟର ୬ ଲକ୍ଷ ୯୩ ହଜାର ୯୭ ଜଣ ଚାଷୀଙ୍କଠାରୁ ୩୦ ଲକ୍ଷ ୪୯ ହଜାର ୫୬୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଚାଷୀ ମାନେ ସକ୍ରିୟ  ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଝାରସୁଗୁଡା ଭଳି…

ପିଏମ୍ ସ୍ୱନିଧି ଯୋଜନା : ରାଜ୍ୟର ପ୍ରାୟ  60000ରୁ ଉର୍ଦ୍ଧ ଉଠାଦୋକନୀ  ଉପକୃତ ହେବେ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏକ ଲକ୍ଷ  ହିତାଧିକରୀଙ୍କ ପାଇଁ ‘ପିଏମ୍-ସ୍ୱନିଧି’ ଋଣ ପ୍ରଦାନ ଏବଂ ପିଏମ୍-ସ୍ୱନିଧି ହିତାଧିକାରୀଙ୍କ ପାଇଁ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିଛନ୍ତି। କେରଳର ତିରୁବନନ୍ତପୁରମଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ବରସ୍ଥିତ କୃଷି ଭବନରେ ଏହାର ଆୟୋଜନ କରାଯାଇଥିଲା। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା  କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର 10ଜଣ ଙ୍କୁ ଲୋନ, 4ଜଣଙ୍କୁ କ୍ରେଡିଟ କାର୍ଡ…

ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଉଦ୍ୟୋଗ ସୃଷ୍ଟି କରିବାକୁ ଯୁବପିଢ଼ିଙ୍କୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର :  ଯୁବପିଢ଼ି ମତ୍ସ୍ୟପାଳନ ଏବଂ ପଶୁପାଳନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟାଚାଳିତ ଏବଂ ଲାଭଦାୟକ କ୍ଷେତ୍ର ଭାବରେ ଅନୁସନ୍ଧାନ କରିବା ସହ ଏ କ୍ଷେତ୍ରରେ ଉଦ୍ୟୋଗ ସୃଷ୍ଟି କରିବାକୁ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଶୁକ୍ରବାର ଦିନ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଜନତା ମଇଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହି…

ତ୍ୟାଗ, ସାହସ ଓ ଦେଶସେବାର ଅନନ୍ୟ ଆଦର୍ଶ ରଚିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ଭୁବନେଶ୍ୱର: ଭାରତବର୍ଷର ଦୁଇ ଅମର ବରପୁତ୍ର—ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଦ୍ୱିତୀୟ ଓ ବ୍ୟାପକ। ଉଭୟଙ୍କ ବ୍ୟକ୍ତିତ୍ୱ, ସଂଗ୍ରାମ ଥିଲା ଭିନ୍ନ ମାତ୍ର ଉଦ୍ଦେଶ୍ୟ ଥିଲା ଗୋଟିଏ— ଇଂରେଜ ଶାସନର କବଳରୁ ଦେଶର ମୁକ୍ତି। ଉଭୟଙ୍କ ସଂଗ୍ରାମ ଓ ବିପ୍ଳବର ଗୌରବମୟ ଜୟଗାଥା ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ…

୨୧ ରୁ ୨୫ ପର୍ଯ୍ୟନ୍ତ ଚାଲିବ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ

ଭୁବନେଶ୍ୱର: ଓଡିଶୀ ନୃତ୍ୟର ମହାକୁମ୍ଭ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ତିନିଦିନିଆ  ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ପ୍ରତ୍ୟହ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଏଠାରେ ନୃତ୍ୟ ପରିବେଷଣ କରାଯିବ। ଏହି ନୃତ୍ୟ ଉତ୍ସବକୁ ଉଦଘାଟନ କରିବା ସହିତ ମୁକ୍ତେଶ୍ଵର ମନ୍ଦିରର ଅନନ୍ୟ…

ଓଡ଼ିଶାରେ ନିକୋଟିନ୍ ଯୁକ୍ତ ସମସ୍ତ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି–୨୦୧୧…

ନିର୍ମାଣ କାର୍ଯ୍ୟର ଉନ୍ନତ ମାନ ବଜାୟ ରଖି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଉନ୍ନୟନ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ, ପ୍ରକଳ୍ପ-ଭିତ୍ତିକ ବଜେଟ୍ ବ୍ୟବହାର ଓ ସାମ୍ପ୍ରତିକ ସ୍ଥିତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅନ୍ତ୍ଯୋଦୟ ଗୃହ ଯୋଜନା, ବିକଶିତ ଗାଁ…

ଅନ୍ତର୍ଜାତୀୟ ଭାରତ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ : ବିଦେଶୀ ପ୍ରତିନିଧିମାନଙ୍କୁ ସ୍ୱାଗତ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ (ECI) ପକ୍ଷରୁ ଆୟୋଜିତ ୩ ଦିନିଆ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ (IICDEM)–2026 ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆରମ୍ଭ ହୋଇଛି।ଏହି ଅବସରରେ ଆୟୋଜିତ ଔପଚାରିକ ସ୍ୱାଗତ ସମାରୋହରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡ଼. ସୁଖବୀର ସିଂହ ସାନ୍ଧୁ ଓ ଡ଼. ବିବେକ ଜୋଶୀ ବିଭିନ୍ନ ଦେଶର ପ୍ରାୟ ୬୦ ଜଣ ଆନ୍ତର୍ଜାତିକ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ। ସମ୍ମିଳନୀର ଉଦ୍‌ଘାଟନ ସଭାରେ ପ୍ରାୟ ୧,୦୦୦…

ଓଡିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ୟାଙ୍କ ପୁରସ୍କୃତ

ଭୁବନେଶ୍ୱର: ଖରିଫ ୨୦୨୪ ଓ ରବି ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ୟୁନିଟ୍ (ଓଡିଶା ପାଇଁ SLBC ସଂଯୋଜକ), ପୁରସ୍କୃତ ହୋଇଛନ୍ତି। ଗତ ଜାନୁଆରୀ ୧୮-୧୯ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୧୩ତମ ଜାତୀୟ ସମୀକ୍ଷା ସମ୍ମିଳନୀରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ବୃହତ ରାଜ୍ୟ –…