‘ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ପରସ୍ପର ପରିପୂରକ। ଜନସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଲୋକସଂପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ଏକ ପ୍ରମୁଖ ଆବଶ୍ୟକତା। ପଞ୍ଚାୟତିରାଜ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ, ଆଇନ୍, ଆଦି ବିଭିନ୍ନ ବିଭାଗରେ କରାଯାଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ସଂପର୍କିତ ସୂଚନା…


