“ସୁଭଦ୍ରା ସମୀକ୍ଷା”; କଲେଜ ପଢୁଆ ଛାତ୍ରଛାତ୍ରୀ କରିବେ ସର୍ଭେ
ଭୁବନେଶ୍ୱର: ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଞ୍ଚି ମା ଓ ଭଉଣୀମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରୁଛି ଏବଂ ସେମାନଙ୍କ ଇଛା ତଥା ସ୍ଵପ୍ନକୁ ନୂଆ ରୂପ ପ୍ରଦାନ କରୁଛି। ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସୁଭଦ୍ରା ଯୋଜନା ଆରମ୍ଭର ମୂଳ ଲକ୍ଷ୍ୟ। ସୁଭଦ୍ରା ସହାୟତା ଓଡ଼ିଶାର ମା ଭଉଣୀମାନଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆଣିଛି ଓ ଆଉ କଣ କଲେ ସୁଭଦ୍ରା କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିହେବ -ଏପରି ପ୍ରଶ୍ନଗୁଡିକୁର ଉତ୍ତର ପାଇବା ପାଇଁ ମହିଳା…


