ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଆମର ଲକ୍ଷ୍ୟ : ମନ୍ତ୍ରୀ

ଭୁବନେଶ୍ୱର: ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ସ୍ଥାନୀୟ କୃଷି ଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ବୈଠକରେ ଅଧ୍ୟକ୍ଷତା କରି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ପାଇଁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆମକୁ ଆତ୍ମନିର୍ଭରଶୀଳ ସହ ମାଛ, ମାଂସ, କ୍ଷୀର,…

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ କୃଷିଭବନ ଅଡିଟୋରିଅମଠାରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ୩୦ ଗୋଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)  ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ…

କୃଷି-ପ୍ରଯୁକ୍ତି ବିଦ୍ୟା ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ସୋସିଆଲ ଆଲଫା ଏବଂ ଓଡ଼ିଶା ସରକାରଙ୍କ ବହୁଭାଗୀ କର୍ମଶାଳା

ଭୁବନେଶ୍ୱର: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହିତ ସହଭାଗୀତାରେ ସୋସିଆଲ ଆଲଫା ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସୀରେ “ଓଡ଼ିଶାରେ କୃଷି-ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବା” ଉପରେ ଏକ ରାଜ୍ୟସ୍ତରୀୟ ବହୁଭାଗୀ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ପ୍ରଦର୍ଶିତ ପ୍ରଯୁକ୍ତିବିଦ୍ୟା ସହିତ ଚାଷୀମାନେ ଉଦ୍ଭାବନକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କରିଥିଲେ। ଉତ୍ପାଦ ପ୍ରଦର୍ଶନ, ଦର୍ଶକଙ୍କ ସହିତ ଏକ ଖୋଲା ପ୍ରଶ୍ନୋତ୍ତର ଏବଂ ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା ବୈଧତା ସଂସ୍ଥା ଏବଂ ଷ୍ଟାର୍ଟଅପ୍ ଆଦି ଉଚ୍ଚସ୍ତରୀୟ ପ୍ୟାନେଲ୍ ଆଲୋଚନା…

ଓଡ଼ିଶାରୁ ଏଫସିଆଇ ଦ୍ୱାରା ଚାଉଳ ସଂଗ୍ରହ ବିଷୟରେ ଆଲୋଚନା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଦିଲ୍ଲୀ ଗସ୍ତ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଓଡ଼ିଶାର ସାଂସଦମାନଙ୍କ ସହିତ ମାନ୍ୟବର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି। ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ ଲକ୍ଷ୍ୟ ବିଷୟରେ ଆଲୋଚନା କରିଛନ୍ତି ଏବଂ ଏଫସିଆଇ ଦ୍ୱାରା ଚାଉଳ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଖରିଫ ୨୦୨୪-୨୫ ସମୟରେ ଓଡ଼ିଶା ରେକର୍ଡ ପରିମାଣର ୯୨,୬୪,୨୩୫ ମେଟ୍ରିକ ଟନ୍…

ନଦୀ ସଂଯୋଗୀକରଣ ପ୍ରୟାସ ଜଳ ସଂସାଧନ ପରିଚାଳନାରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି

ଭୁବନେଶ୍ୱର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ଵାନ ରୂପେ ଦେଖା ଦେଇଛି। ଦିନକୁ ଦିନ ମୌସୁମୀ ବର୍ଷାର ଅବଧି ଓ ତାହାର ପରିମାଣରେ ଅନିଶ୍ଚିତତା ମାନବ ସମାଜ ପାଇଁ ଜଳ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଛି। ଉଦବୃତ୍ତ ଜଳ ସମ୍ପନ୍ନ ନଦୀ ଅବବାହିକାଗୁଡିକୁ ଜଳକ୍ଲିଷ୍ଟ ନଦୀ ଅବବାହିକା ସହିତ ସଂଯୁକ୍ତକରି ପ୍ରଭାବୀ ଜଳ ବଣ୍ଟନ ପ୍ରଣାଳୀକୁ ସୁନିଶ୍ଚିତ କରିବା ନିମନ୍ତେ “ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ” ନାମରେ ଏକ ନୂତନ…

ଜଳ ସଂପଦ ବିଭାଗର କାର୍ଯ୍ୟ ସହିତ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଳ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଭାଗର ଖର୍ଚ୍ଚ ଯୋଜନା ଓ ସ୍ଥିତି ସମୀକ୍ଷା କରିଛନ୍ତି। ବିଭାଗରେ ହାତକୁ ନିଆଯାଇଥିବା ନୂଆ କାର୍ଯ୍ୟ ସବୁର ଟେଣ୍ଡର ପ୍ରକ୍ରିୟା କେତେଦୂର ଅଗ୍ରଗତି ହୋଇଛି, ସେ ସଂପର୍କରେ ଉନ୍ନୟନ କମିଶନର ସମୀକ୍ଷା କରିବା ସହିତ ସେସବୁକୁ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।…

ଫସଲ-ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାପାତ୍ର ମଧ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ହୋଇଛି। ଏହା ଖରିଫ ଫସଲ ପାଇଁ ବେଶ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ଵିଶେଷ କରି କପା, ଧାନ, ଆଳୁଚାଷ ଭଳି…

ଖରିଫ ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆଗୁଆ ମହଜୁଦ ରଖିବାକୁ ସମସ୍ତ ସାର କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର: ଖରିଫ ଋତୁ ଆରମ୍ଭ ହୋଇସାରିଛି।ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ…

ଜଳ ସମ୍ପଦ ବିଭାଗର ‘ସ୍ଵୟଂଚାଳିତ ଫାଟକ ଯୋଜନା’

ଭୁବନେଶ୍ୱର: ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା ବାତ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ। ଚଳିତ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ…

ହୀରାକୁଦ ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହାର ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ  ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ  ଧରି ଅବହେଳିତ ହୋଇ ପଡିଥିବା ହୀରାକୁଦ ସେଚାଞ୍ଚଳର କରନାଳୀଗୁଡ଼ିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ” ନାମରେ ଏକ ନୂତନ ଯୋଜନାକୁ ନୂତନ ସରକାର  କ୍ୟାବିନେଟରେ ଅନୁମୋଦନ କରିଥିଲେ, ଯାହାକି କାର୍ୟ୍ୟକାରୀ କରାଯାଉଛି ।  ଏହା ଫଳରେ ହୀରାକୁଦ ସେଚ।ଞ୍ଚଳରେ ଥିବା ୧୫୧୦ କିମି ବିଶିଷ୍ଟ…