‘ପୂର୍ବୋଦୟ’ ପରିକଳ୍ପନା କେନ୍ଦ୍ରରେ ଓଡ଼ିଶା ରହିଛି

ଝାରସୁଗୁଡା : ଝାରସୁଗୁଡ଼ାର ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍‌ ଆଠ ବର୍ଷ ପୂର୍ବେ, ସେପ୍ଟେମ୍ବର ୨୨ ତାରିଖରେ ଲୋକାର୍ପିତ ହୋଇଥିଲା। ଆଜି, ଏହି ଏୟାରପୋର୍ଟ, ଓଡ଼ିଶାକୁ ବିଶେଷକରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି। କିଛିଦିନ ପୂର୍ବେ ସମଗ୍ର ଦେଶ, ହର୍ଷ-ଉଲ୍ଲାସର ସହିତ, ଆପଣଙ୍କର ଜନ୍ମଦିବସ ପାଳନ କରିଥିଲା। ଏହା କେବଳ ଏକ ଜନ୍ମଦିବସ ଉତ୍ସବ ନଥିଲା, ବରଂ ଏହା ଥିଲା ଦେଶ ପ୍ରତି ଆପଣଙ୍କର ପଚାଶ ବର୍ଷରୁ ଅଧିକ ସମୟଧରି, ଅତୁଟ…

ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟରେ ଔଷଧୀୟ ଉଦ୍ଭିଦର ସୁରକ୍ଷା, ଚାଷ, ପ୍ରଚାର ଓ ବାଣିଜ୍ୟୀକରଣକୁ ଉନ୍ନତ କରିବାରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକ ଲୋକସେବା ଭବନସ୍ଥ  ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ ଓଡ଼ିଶାର ସମୃଦ୍ଧ ଔଷଧୀୟ…

ମକା ବିପଣନକୁ ସୁଦୃଢ କରିବା ପାଇଁ ଦଶଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା”କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ  ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା…

ଢେଙ୍କାନାଳର ଅମୃତଭଣ୍ଡା ସହ ସାରୁ ସୁଦୂର ଆୟରଲ୍ୟାଣ୍ଡରେ ଉପଲବ୍ଧ ହେବ

ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି। ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ…

ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦନ ପ୍ରାପ୍ତ

ଭୁବନେଶ୍ୱର: କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ବିହନ ଉପ-କମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଲୋଚନା ଓ ସର୍ବସମ୍ମତି କ୍ରମେ ୧୫ଟି ଉଚ୍ଚଗୁଣବତ୍ତା ସମ୍ପନ୍ନ ଉଦ୍ୟାନ କୃଷି ଫସଲ କିସମକୁ ଅନୁମୋଦନ କରାଯାଇଛି। ସ୍କ୍ରିନିଂ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଫସଲର କିସମ ମଧ୍ୟରେ ଓୟୁଏଟି କଳିଙ୍ଗ ଦ୍ୱାରା ବିକଶିତ ଆଠଟି କିସମ (ଲଙ୍କା, ବାଇଗଣ, ଶାଗ, ଟମାଟ, କାଜୁ, ଆମ୍ବ…

ରାଜ୍ୟରେ ନଭେମ୍ବର ୨୦୨୫ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା

ଭୁବନେଶ୍ୱର : ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି ହେକ୍ଟର ୨.୬୧ କିଲୋୱାଟକୁ ବୃଦ୍ଧି ପାଇଛି, ୨୦୩୬ ସୁଦ୍ଧା ଏହା ୩.୫୦ କିଲୋୱାଟ/ହେକ୍ଟର ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟର ହେବ ବୋଲି ଆକଳନ କରାଯାଇଛି ଏବଂ ତଦନୁଯାୟୀ ରୋଡ଼ମ୍ୟାପ ପ୍ରସ୍ତୁତ…

ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କୃଷକ ଉତ୍ପାଦକ କ୍ଲଷ୍ଟରକୁ ପ୍ରଶଂସା

ଭୁବନେଶ୍ୱର : ବିଶ୍ୱ ବ୍ୟାଙ୍କ ଦଳ ଓ ଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ହରିଚନ୍ଦନପୁର ବ୍ଲକର ମା କାଳିଜାଈ ପିଜିରେ ଥିବା ଏଗ୍ରିକଲଚରାଲ ପ୍ରଡକ୍ସନ କ୍ଲଷ୍ଟର(ଏପିସି) ପରିଦର୍ଶନ କରିଥିଲେ। ବିଶ୍ୱ ବ୍ୟାଙ୍କ ଦଳ ଏପିସି ପ୍ରକଳ୍ପ ପୂର୍ବରୁ ମହିଳା ଚାଷୀଙ୍କ ଚାଷ ପଦ୍ଧତି, ମାର୍କେଟିଂ ଓ ଆର୍ଥିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ବ୍ୟାଖ୍ୟା କରିଥିଲେ ଯେ ଏପିସି କ୍ଲଷ୍ଟର ପଦ୍ଧତିରେ ୭୦ ଏକରରୁ…

ସ୍ଥାୟୀ, ସୁସ୍ଥ ଏବଂ ପାରମ୍ପରିକ ଖାଦ୍ୟ ବ୍ୟବସ୍ଥାକୁ ପ୍ରାଥମିକତା ନିମନ୍ତେ ଦକ୍ଷିଣ ଏସୀୟ ଆଲୋଚନାଚକ୍ର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI), ଭାରତୀୟ କୃଷି ଗବେଷଣା ପରିଷଦ (ICAR) ସହିତ ସହଭାଗୀତାରେ, ସେପ୍ଟେମ୍ବର ୧୬, ୨୦୨୫ ରେ ନୂଆଦିଲ୍ଲୀରେ “ପରିବର୍ତ୍ତନଶୀଳ ବିଶ୍ୱ ପାଇଁ ଖାଦ୍ୟ ନୀତି: ଦକ୍ଷିଣ ଏସିଆ ପାଇଁ ପ୍ରାଥମିକତା” ଶୀର୍ଷକ ଏକ ଉଚ୍ଚସ୍ତରୀୟ ଆଞ୍ଚଳିକ ନୀତି ଆଲୋଚନା ଅନୁଷ୍ଠିତ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ IFPRI ୨୦୨୫ ବିଶ୍ୱ ଖାଦ୍ୟ ନୀତି ରିପୋର୍ଟ (GFPR)ର ଦକ୍ଷିଣ ଏସିଆ ଶୁଭାରମ୍ଭ ମଧ୍ୟ ହୋଇଥିଲା। ଜଳବାୟୁ ପରିବର୍ତ୍ତନ, କୁପୋଷଣ ଏବଂ ଜନସଂଖ୍ୟାଗତ…

ଡେରାସ ଉଦ୍ୟାନ କୃଷି ଫାର୍ମରେ ୫୦୦ ଫଳ ଚାରା ରୋପଣ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ୧୭  ସେପ୍ଟେମ୍ବର ୨୦୨୫  ତାରିଖରେ “ ମା ପାଇଁ ବୃକ୍ଷଟିଏ   (Ek Ped Maa Ke Naam) “ପ୍ରୟାସର ଅଂଶ ସ୍ୱରୂପ ୭୫  ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି ମହତ ଉଦେଶ୍ୟରେ  ସହଭାଗୀ ହୋଇ ସମସ୍ତ ଜିଲ୍ଲା ରେ ସମୁଦାୟ ୨୩  ଲକ୍ଷରୁ ଅଧିକ ଫଳ ଚାରା ରୋପଣ କରାଯିବା ନିମନ୍ତେ ପ୍ରୟାସରତ।  ଏହି ଏକଦିନିଆ ବୃକ୍ଷରୋପଣ…

ସାର କଳାବଜାରୀ ବିରୁଦ୍ଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ଝାରସୁଗୁଡା କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ, ବିଭାଗୀୟ ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉରେ ଏହି ବେଆଇନ କାରବାରକୁ ଠାବ କରାଯାଇ ସାର ଜବତ କରାଯାଇଛି ଏବଂ ଏଫ୍ଆଇଆର୍ ମଧ୍ଯ ଦାଏର୍ ହୋଇଛି। ଅଭିଯୋଗ ସ୍ଥାନୀୟ କୃଷକମାନେ ଜଣାଇବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ, ଫର୍ଟିଲାଇଜ଼ର ଇନ୍ସପେକ୍ଟର ସମ୍ପୃକ୍ତ ପାକ୍ସରେ ପହଞ୍ଚିଥିଲେ। କିର୍ମିରା ପାକ୍ସର ସୋସାଇଟି ସେକ୍ରେଟାରୀ ଏଥିରେ ଲିପ୍ତ ଥିବା…