ପାରାଦ୍ବୀପରେ ନିର୍ମାଣ ହେବ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର

ଭୁବନେଶ୍ୱର: ଓଡିଶା କଙ୍କଡା ଚାଷୀଙ୍କ ବହୁ ଦିନର ସ୍ବପ୍ନ ହେବାକୁ ଯାଉଛି ସାକାର। ପାରାଦ୍ବୀପରେ ୨ କୋଟି ୮୧  ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫ ଲକ୍ଷ ଉତ୍ପାଦନ କ୍ଷମତା ସମ୍ପନ୍ନ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ରର ହେବ ନିର୍ମାଣ। ଏହା ଫଳରେ ଓଡ଼ିଶାର କଙ୍କଡା ଚାଷୀଙ୍କୁ ଆଉ କଙ୍କଡ଼ା ଜାଆଁଳ ପାଇଁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସୁଦୂର ଚେନ୍ନାଇରୁ କଙ୍କଡା ଜାଆଁଳ ଆମଦାନୀ…

ଓଡ଼ିଶା ପାଇଁ ଋଣ ଯୋଗାଇ ମୋଟ ଘରୋଇ ଉତ୍ପାଦ ଅନୁପାତକୁ ଉନ୍ନତ ଓ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଉନ୍ନୟନ କମିଶନରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ର ୧୮୦ତମ ବୈଠକ  ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଅଶ୍ଵିନୀ କୁମାରଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ ସମସ୍ତ ବ୍ୟାଙ୍କକୁ ୨୦୩୬ ଏବଂ ୨୦୪୭ ଭିଜନ ଡକ୍ୟୁମେଣ୍ଟରେ ଓଡ଼ିଶା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଋଣ ଯୋଗାଇଦେଇ ମୋଟ ଘରୋଇ ଉତ୍ପାଦ ଅନୁପାତକୁ ଉନ୍ନତ…

ଗାଁ’ର ମହିଳାମାନଙ୍କର ମୋଟାପା ଦୂର କରିବା ଉପରେ ଫୋକସ

ଭୁବନେଶ୍ଵର: ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଲେମନଟ୍ରି ପ୍ରିମିଅମରେ “ହେଲଦି ଡାଏଟ୍ ଅଭିଯାନ”ର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କରିବା ସହ ଆଦିବାସୀ ମହିଳାମାନଙ୍କର ସୁସ୍ଥ ଶରୀରର କାରଣ…

କୋରାପୁଟ କଫି ପିଇ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପୁର ବିମାନ ବନ୍ଦରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରୋହିତ ବର୍ମା,ଉପ ଜିଲ୍ଲାପାଳ ଜୟପୁର ଆକ୍କାଭରମ ଶଶ୍ୟା ରେଡ଼ି ଉପସ୍ଥିତ ରହିଥିଲେ। ପରେ କୋରାପୁଟ କଫି ବୋର୍ଡ଼ରେ ପହଞ୍ଚି କଫି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।…

ଚାଷୀଙ୍କ ସୁବିଧାକୁ ପ୍ରାଥମିକତା

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ ୨୦୨୫-୨୬ ଋତୁରେ ଫସଲ କ୍ରୟ ନିମନ୍ତେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏବେଠାରୁ ଆନ୍ତଃବିଭାଗୀୟ ସମନ୍ଵୟରେ ସ୍ଥାୟୀ ମଡେଲ ମଣ୍ଡି ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ନଭେମ୍ବର ମାସ ଶେଷ ଆଡକୁ…

କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ଚଳିତ ବର୍ଷ ମାଣ୍ଡିଆ ଦିବସ ୨୦୨୫ ପାଳନର ଥିମ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଦିବସ ପାଳନ କରୁଛି। ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଅଛି। ଏହି  ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଓ ୧୧ ରେ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀ ଅନୁଷ୍ଠିତ…

ସେପ୍ଟେମ୍ବର ମାସରେ ମୋଟ୍  ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଯୋଗାଇ ଦିଆଯିବ

ଭୁବନେଶ୍ୱର: ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୃଙ୍ଖଳିତ ସାର ଯୋଗାଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଏହି ସମସ୍ତ ସାର ମାର୍କଫେଡ୍ ଜରିଆରେ ପାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀମାନଙ୍କୁ ମିଳିବ। ଶତ ପ୍ରତିଶତ ଅର୍ଥାତ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ମାର୍କଫେଡ୍…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍ଏମ୍ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୨ ତାରିଖ ଦିନ କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍ଫେଡ୍ ମେଗା ଡାଇରୀ ପ୍ଲାଂଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି। ଦୁଗ୍ଧ ଚାଷୀମାନେ ସେମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଋଣର ଆବଶ୍ୟକତା ରହିଛି।…

ଜନଜାତି ଅଂଚଳର ବିକାଶ ପାଇଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ…

ରାଜ୍ୟର ପାଣିପାଗ ଓ କୃଷି ଉପଦେଶ ମଡେଲର ପ୍ରଶଂସା

ଭୁବନେଶ୍ୱର: ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର ଏବଂ ତାଙ୍କର ୧୨ ଜଣିଆ ଦଳ ୩୦ ଅଗଷ୍ଟରେ କୃଷି ଭବନ ପରିଦର୍ଶନ  କରିଛନ୍ତିl  ରାଜ୍ୟର ଚାଷୀ ସମାଜ ମଧ୍ୟରେ ପାଣିପାଗ ପୂର୍ବାନୁମାନ ପ୍ରସାରଣ ଏବଂ ଏହାର ଆବଶ୍ୟକତା, ବୈଧତା ଏବଂ ଗ୍ରହଣୀୟତା ବିଷୟରେ ଆଲୋଚନା କରିବା ପାଇଁ କୃଷି ଭବନରେ ଏକ ବୈଠକର ଆୟୋଜନ କରାଯାଇଥିଲା। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ…