ଫସଲ-ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାପାତ୍ର ମଧ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ହୋଇଛି। ଏହା ଖରିଫ ଫସଲ ପାଇଁ ବେଶ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ଵିଶେଷ କରି କପା, ଧାନ, ଆଳୁଚାଷ ଭଳି…

ଖରିଫ ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆଗୁଆ ମହଜୁଦ ରଖିବାକୁ ସମସ୍ତ ସାର କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର: ଖରିଫ ଋତୁ ଆରମ୍ଭ ହୋଇସାରିଛି।ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ…

ଜଳ ସମ୍ପଦ ବିଭାଗର ‘ସ୍ଵୟଂଚାଳିତ ଫାଟକ ଯୋଜନା’

ଭୁବନେଶ୍ୱର: ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜଗୁଡିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା ବାତ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ। ଚଳିତ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ…

ହୀରାକୁଦ ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହାର ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ  ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ  ଧରି ଅବହେଳିତ ହୋଇ ପଡିଥିବା ହୀରାକୁଦ ସେଚାଞ୍ଚଳର କରନାଳୀଗୁଡ଼ିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ” ନାମରେ ଏକ ନୂତନ ଯୋଜନାକୁ ନୂତନ ସରକାର  କ୍ୟାବିନେଟରେ ଅନୁମୋଦନ କରିଥିଲେ, ଯାହାକି କାର୍ୟ୍ୟକାରୀ କରାଯାଉଛି ।  ଏହା ଫଳରେ ହୀରାକୁଦ ସେଚ।ଞ୍ଚଳରେ ଥିବା ୧୫୧୦ କିମି ବିଶିଷ୍ଟ…

କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମୟରେ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରିବେ। ସମବାୟ ମାଧ୍ୟମରେ ଫସଲ ଋଣ ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ଆଲୋଚନା ବୈଠକରେ ଏହି ମତ ପ୍ରକାଶ ପାଇଛି। ବୈଠକରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଅଧ୍ୟକ୍ଷତା କରି…

କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ନବସୃଜନର ନିଦର୍ଶନ- ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ…

ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ପାଇଁ ଅଭିଯାନ ରଥର ଶୁଭାରମ୍ଭ

ଭୁବନେଶ୍ଵର: କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ ଉପରେ ଉଦ୍ୟାନ ଓ ସହରାଞ୍ଚଳ ଉଦ୍ୟାନକୃଷି ରଥର ଶୁଭାରମ୍ଭ କରିଛନ୍ତି l ଛାତ ଉପରେ ଉଦ୍ୟାନ ସଚେତନତା ରଥର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆଜିର ସମୟରେ ରାଜ୍ୟର ସହରଗୁଡ଼ିକରେ ସବୁଜ ସ୍ଥାନ ହ୍ରାସ, କଂକ୍ରିଟ୍ କୋଠା ନିର୍ମାଣ, ରାଜ୍ୟବ୍ୟାପୀ ସହରାଞ୍ଚଳ ବୃଦ୍ଧି ପାଉଛି। ସରକାର ପାର୍କ ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସ୍କାଇମେଟ୍ ୱେଦର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ (WINDS) ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସ୍କାଇମେଟ୍ ୱେଦର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ ​​କରିବା ଉଦ୍ଦେଶ୍ୟରେ ଭାରତ ସରକାର ପାଣିପାଗ ସୂଚନା ନେଟୱାର୍କ ଡାଟା ସିଷ୍ଟମ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତିନି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦାବିକୁ ବିଚାର କରିବାକୁ କହିଥିଲେ।…

କୃଷକଙ୍କୁ ପର୍ଯ୍ୟାପ୍ତ ବଜାର ସୁବିଧା ସହ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ, ବଳକା ଶସ୍ୟର ସୁରକ୍ଷା ଆମର ପ୍ରାଥମିକତା – ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର: ଲୋକସେବା ଭବନରେ ଶୀତଳ ଭଣ୍ଡାର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଏକ ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କୃଷି ଏକ ଅବିରତ ପ୍ରୟାସ। ଏହା ବର୍ଷସାରା ଲୋକଙ୍କୁ ଦାନା ଯୋଗାଇ ଦେବା ସହ ରୋଜଗାରର ସ୍ରୋତ ଯୋଗାଇ ଥାଏ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ସହ ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଏହାର ସୁଦୀର୍ଘ ବେଳାଭୂମି ଏବଂ ସାମୁଦ୍ରିକ ପରିବହନ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ…