ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ

ଭୁବନେଶ୍ୱର: ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏହି ସଂଗ୍ରହ ପ୍ରକ୍ରିୟାର ଅବଧି ଶେଷ ହେବାକୁ ଯାଉଛି। ଚଳିତ ବର୍ଷ ରବି ଧାନ ଫସଲ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୧୪ ଲକ୍ଷ ମେଟ୍ରିକ ଟନ ରହିଥିବାବେଳେ ଆଜି ସୁଦ୍ଧା ପ୍ରାୟ ୧୯ ଲକ୍ଷ୍ୟ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇସାରିଛି।…

ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର: ଆଗାମୀ ପାଞ୍ଚ ବର୍ଷରେ ସମଗ୍ର ରାଜ୍ୟରେ ଓଡ଼ିଶା ଉଠାଜଳସେଚନ ନିଗମ ଦ୍ବାରା ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ନିଗମର ଏକ ବୈଠକରେ ଏହାର ପରିଚାଳନା ନିର୍ଦ୍ଦେଶକା ସ୍ଵଧା ଦେବ ସିଂ ଘୋଷଣା କରିଛନ୍ତି। ପ୍ରତି ଜିଲ୍ଲାର ସମସ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନଙ୍କର ମାସିକ ବୈଠକରେ ଯୋଗଦେଇ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ସବିଶେଷ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ…

” ରାଜ୍ୟ ଜଳ ନୀତି”  ପ୍ରଣୟନ ସମ୍ପର୍କରେ ଉନ୍ନୟନ କମିଶନରଙ୍କ  ଆଲୋଚନା

ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେl ଏହି ଅବସରରେ ସେ ନୂଆ ରାଜ୍ୟ ଜଳନୀତି ପ୍ରଣୟନ ସମ୍ପର୍କରେ ଆଲୋଚନା କରିଥିଲେl ସମନ୍ୱିତ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ଜଳ ନୀତି ପ୍ରଣୟନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏଥି ସହିତ ବିଭିନ୍ନ…

ମକା, ସୋରିଷ ଏବଂ ଧାନର ଉଚ୍ଚ ଅମଳକାରୀ ଏବଂ ଜଳବାୟୁ ସହନୀୟ କିସମ ବିକଶିତ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କୃଷି ଫସଲ କିସମ ବିକଶିତ କରିବା ପାଇଁ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ବିହନ ଉପ-କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ, ୩ ପ୍ରକାର ଅଣ-ଧାନ କିସମ ଯଥା ଓୟୁଏଟି କଳିଙ୍ଗ ମକା ୧  (ଖୁସି), ଓୟୁଏଟି କଳିଙ୍ଗ ସୋରିଷ ୨  (ସମୃଦ୍ଧି), ଓୟୁଏଟି କଳିଙ୍ଗ ସୋରିଷ ୩  (ସିଦ୍ଧି) ରାଜ୍ୟରେ ବିକଶିତ କରିବା ପାଇଁ ଅନୁମୋଦିତ ହୋଇଛି l…

“ଓଡ଼ିଶାରେ ବିସ୍ମୃତ ଖାଦ୍ୟ / ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଏବଂ ଏହାର ସ୍ଥାୟିତ୍ଵ” ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ “ଓଡ଼ିଶାରେ ବିସ୍ମୃତ ଖାଦ୍ୟ / ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ଏବଂ ଏହାର ସ୍ଥାୟିତ୍ଵ” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରାଯାଇଛି। ଗତ ନଭେମ୍ବର ମାସରେ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ। ଯେଉଁଥିରେ ବିଭିନ୍ନ ଦେଶରୁ ବିଶେଷଜ୍ଞ, କୃଷି ବୈଜ୍ଞାନିକମାନେ ଯୋଗଦେଇଥିଲେ। ସାରା ରାଜ୍ୟରେ ପାରମ୍ପରିକ…

ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ…

ଏଆଇ ମାଧ୍ୟମରେ ଜଳ ସଂପଦର ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନକୁ ଗୁରୁତ୍ୱ

ଭୁବନେଶ୍ୱର:  ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି) ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରି ଜଳ ସମ୍ପଦର ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା…

“ଓଡିଶାର କୃଷି ବ୍ୟବସାୟ ସମ୍ଭାବନା”ଶୀର୍ଷକ ଜାତୀୟ ସେମିନାର

ଭୁବନେଶ୍ୱର : କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଜୁନ୍ ୭ ତାରିଖ ଦିନ ଓୟୁଏଟି (ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜି) ଓ ଆଇ.ଏସ୍.ଏ.ଏମ୍. (ଇଣ୍ଡିଆନ ସୋସାଇଟି ଅଫ୍ ଏଗ୍ରିକଲଚରାଲ ମାର୍କେଟିଂ) ହାଇଦ୍ରାବାଦ ଆନୁକୂଲ୍ୟରେ ଓୟୁଏଟି ଠାରେ  “”ଓଡିଶାର କୃଷି ବ୍ୟବସାୟ ସମ୍ଭାବନା” ଶୀର୍ଷକ ଜାତୀୟ ସେମିନାରକୁ ଉଦ୍ଘାଟନ କରି…

‘ଶ୍ରୀ ଅନ୍ନ ଅଭିଯାନ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେlରାଁରେ ପହଞ୍ଚି ପାରିଛି’

ଭୁବନେଶ୍ଵର : କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ଖରିଫ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛିl  ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନାl ଏହା ଆମ ରାଜ୍ୟର ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଇତ୍ୟାଦିର…

ଜଳ ବିଦ୍ୟୁତ୍ ନିଗମ ଏବଂ ୱାପକୋସ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି

ଭୁବନେଶ୍ୱର : ଭବିଷ୍ୟତର ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ଭାରତର ପ୍ରତିବଦ୍ଧତା ସ୍ୱରୂପ, ଭାରତ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ୫୦୦ ଗିଗାୱାଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷିରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ମୁଖୀଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼  ଷ୍ଟୋରେଜ୍…