ସବୁଜ ଅର୍ଥନୀତି ପାଇଁ ‘କାଷ୍ଠ ରୂପାନ୍ତରଣ’ ଓ ‘ଶିଳ୍ପ ସହବନ୍ଧନ’ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାର କନଭେନସନଠାରେ ଭାରତରେ ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳାର ଦ୍ୱିତୀୟ ଦିବସ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଥିବା ଓଡ଼ିଶା ବନ ସଂରକ୍ଷଣ ପ୍ରକଳ୍ପ (ଓଏଫ୍ଏସଡିପି- II) ଏବଂ ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ ଏଜେନ୍ସି (ଜାଇକା)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଦିନର ମୁଖ୍ୟ ଆଲୋଚନା ଏକ ସ୍ଥାୟୀ ଓ ସବୁଜ କାଷ୍ଠ ଅର୍ଥନୀତି…


