ଆଦିବାସୀ ମେଳାରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ”

ଭୁବନେଶ୍ବର: ଆଦିବାସୀ ମେଳାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି କ୍ଷୁଦ୍ର ନାଟକ। ଆଦିବାସୀ ମେଳା ମଞ୍ଚରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ”ପରିବେଷଣ କରାଯାଇଛି। ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ଜୀବନ ଓ ଚରିତ୍ରକୁ ନେଇ ରଚିତ ଏହି କ୍ଷୁଦ୍ର ନାଟକ। କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା : କର୍ତ୍ତା ଭାବେ ବିବାହ ମଣ୍ଡପରେ ଆହୁତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ, ଏହା ସାମାଜିକ ସୁରକ୍ଷାକୁ ମଜବୁତ୍ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ ଅବସରରେ କହିଛନ୍ତି। ମା’ତାରା ତାରିଣୀଙ୍କ ପୀଠରେ ଏହି ଯୋଜନାର ଶୁଭାରମ୍ଭ କରାଯାଇ 201 ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ବିବାହ ମଣ୍ଡପରେ କର୍ତ୍ତା…

ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ

ଗୁଆହାଟୀ/ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଡିସନ୍ ବ୍ଲୁ ହୋଟେଲଠାରେ ଆୟୋଜିତ ତ୍ରିଦିବସୀୟ ‘ଓଡ଼ିଶା ପର୍ବ ୨୦୨୬’ ସଫଳତାର ସହ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ଏବଂ ଉତ୍ତର-ପୂର୍ବ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କ, ପ୍ରବାସୀ ଓଡ଼ିଆଙ୍କ ସହ ସଂଯୋଗ ଏବଂ ପର୍ଯ୍ୟଟନ ଓ ବ୍ୟବସାୟିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ୩୦ ଜାନୁଆରୀ ୨୦୨୬ରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଏବଂ ପ୍ରଦର୍ଶନୀ ମଣ୍ଡପର ଉଦଘାଟନ ସହିତ…

‘ପାର୍କରେ ସ୍ଥାପିତ କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର’

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର। କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ, ବରଂ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ (ULBs) ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ କାର୍ଯ୍ୟର ସମୀକ୍ଷା…

ସଂସ୍କୃତି ଓ ବିକାଶ ପରସ୍ପର ପରିପୂରକ: ରାଜ୍ୟପାଳ

ଭୁବନେଶ୍ୱର: ସଂସ୍କୃତି ଓ ବିକାଶ  ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତିI ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଭଳି ଉତ୍ସବଗୁଡ଼ିକ ଅତୀତ ଓ ଭବିଷ୍ୟତ ମଧ୍ୟରେ…

କବି ସମ୍ରାଟଙ୍କ ଜୟନ୍ତୀକୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବ

ଭୁବନେଶ୍ୱର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ର ଉଦ୍‌ଯାପନୀ ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।…

ଜାତିର ଜନକଙ୍କୁ ଶ୍ରଦ୍ଧାସୁମନ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ନାମ କାନରେ ବାଜିଲେ, ମନ ଓ ହୃଦୟରେ ସତ୍ୟ ଓ ଅହିଂସା ଭାବ ସ୍ୱତଃ ଉଦ୍ରେକ ହୋଇଥାଏ। ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ନିଷ୍ଠାପର ପୂଜାରୀ ଓ ସାଧକ, ଖୁବ୍‌ ଉଚ୍ଚମନା, ଦେଶପ୍ରେମୀ, ସେବକ ଓ ତ୍ୟାଗୀ। ସତ୍ୟ ପ୍ରତି ଆଗ୍ରହ ଓ ଅସତ୍ୟ ପ୍ରତି ଉପେକ୍ଷା-ଅସହଯୋଗ ତାଙ୍କର ପ୍ରଚଣ୍ଡ ଆତ୍ମଶକ୍ତିର ଅଭିବ୍ୟକ୍ତି। ଗାନ୍ଧିଜୀ ଏହି ମହାନ୍‌ ସମର ତୁରୀ ବଜାଇ ତତ୍କାଳୀନ ଶାସକ ଗୋଷ୍ଠୀର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ।…

ଗୋପାଳପୁରରେ ଇତିହାସ ବର୍ତ୍ତମାନ ସହିତ ଏବଂ ପରମ୍ପରା ପ୍ରଗତି ସହିତ ହାତ ମିଳାଇଛି : ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ବ୍ରହ୍ମପୁର / ଗୋପାଳପୁର : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି। ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ। ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ…

ଦେବୋତ୍ତର ବିଭାଗକୁ ଅଧିକ ଶୃଙ୍ଖଳିତ କରିବାରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ମନ୍ଦିରଗୁଡ଼ିକର ରୀତିନୀତିଠାରୁ ଆରମ୍ଭ କରି ସମସ୍ତ ସେବା, ପୂଜା, ମନ୍ଦିର ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ଆୟବ୍ୟୟର ହିସାବ ରକ୍ଷଣରେ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଅନ୍‌ଲାଇନ୍‌ ଅଭିଯୋଗର ବାକ୍ସ ରହିବା ସହିତ ସମସ୍ୟାର ତୁରନ୍ତ ସମାଧାନ କିପରି ହୋଇପାରିବ ସେଥିନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି। ଏଥିସହିତ ଦେବୋତ୍ତର ବିଭାଗ ଅଧିନରେ ଥିବା ସମସ୍ତ ପୁରାତନ ମନ୍ଦିରର ବିସ୍ତୃତ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ କରିବା ନେଇ…

ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ…