ଏସଏଚଜି ମହିଳାଙ୍କ ପାଇଁ ‘କସମେଟୋଲେଜି ଓ ଉଦ୍ୟୋଗ ବିକାଶ’ ଉପରେ ସ୍ୱତନ୍ତ୍ର ତାଲିମ କାର୍ୟ୍ୟକ୍ରମ
ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକଅପ୍, ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ଜୀବିକାର ନୂଆ ବାଟ ସୃଷ୍ଟି କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମିଶନ ଶକ୍ତି ବିଭାଗର ସହଭାଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି କାର୍ୟ୍ୟକ୍ରମ ଚାରି ମାସ ଧରି ଚାଲିବ। ଏଥିରେ ରାଜ୍ୟର…
