ମେଧାବୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ଉତ୍ସାହିତ କଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ବର / ଝାରସୁଗୁଡ଼ା: ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲାର ଏ ୱାନ୍ ଗ୍ରେଡ୍ ରଖିଥିବା ଅର୍ଥାତ୍ ଶତକଡ଼ା ନବେ ପ୍ରତିଶତରୁ ଅଧିକ ରଖିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛିl ଏଥିରେ ମୁଖ୍ୟ ଅତିଥି ଭାବେ ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ବାର୍ତ୍ତାଳାପ…


