ଜୟଦେବ ସମାରୋହର ତୃତୀୟ ସନ୍ଧ୍ୟା
ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ ଜୟଦେବ ସମାରୋହ-୨୦୨୬ର ତୃତୀୟ ଦିନର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ସହକାରେ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଡ଼. ସ୍ମିତା ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ବିଶିଷ୍ଟ ମର୍ଦ୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ, ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ଼. ଚିତ୍ତରଞ୍ଜନ ପାଣି…


