ଏନ୍‌ଏସ୍‌ଏସ୍‌ ୫୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ୫୬ତମ ଜାତୀୟ ସେବା ଯୋଜନା (ଏନ୍ଏସ୍‌ଏସ୍‌) ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଏକ ସଶକ୍ତ ସମାଜ  ଗଠନ ଦିଗରେ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କର ରହିଥିବା ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ “ଏକ ପେଡ଼ ମା’ କେ ନାମ- ୨.୦” କାର୍ଯ୍ୟକ୍ରମରେ…

ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଭୁବନେଶ୍ୱର : ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ। କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ଭାବେ ପାଳନ କରାଯାଏ। କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ…

ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା: ମନ୍ତ୍ରୀ

ଭୁବନେଶ୍ୱର: “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି”ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆରମ୍ଭ ହୋଇଛି।  ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା। ଜଳବାୟୁ-ଅନୁକୂଳ ପ୍ରାଣି ଖାଦ୍ୟର ଉତ୍ପାଦନ ଏବଂ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚ-ଗୁଣମାନ ଖାଦ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।…

୧୦୨ଟି ନୂତନ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଆନୁକୂଲ୍ୟରେ ୧୦୨ ଗୋଟି ନୂତନ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ୧୭ଟି ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୃଷି ଭବନସ୍ଥିତ ଅଡିଟୋରିୟମ୍ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାଶ,…

ଓଡ଼ିଶାରେ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ଅଧିକ ଶାଖା ଏବଂ ନୂଆ କ୍ଷେତ୍ରୀୟ କାର୍ଯ୍ୟାଳୟ ସ୍ଥାପନ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରବି ମେହେରା ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଶ୍ରୀ ମେହରା ଓଡିଶାରେ ଏହି ବ୍ୟାଙ୍କର ରହିଥିବା ସଂପ୍ରସାରଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ଶ୍ରୀ ମେହେରା ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାରେ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କିଂ ସେବା ବୃଦ୍ଧି କରିବା ଲକ୍ଷ୍ୟ ରହିଥିବା ପ୍ରକାଶ କରି ଜଣାଇଥିଲେ ଯେ, ଓଡ଼ିଶାରେ ଏବେ ଏହି…

ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦନ ପ୍ରାପ୍ତ

ଭୁବନେଶ୍ୱର: କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ବିହନ ଉପ-କମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଲୋଚନା ଓ ସର୍ବସମ୍ମତି କ୍ରମେ ୧୫ଟି ଉଚ୍ଚଗୁଣବତ୍ତା ସମ୍ପନ୍ନ ଉଦ୍ୟାନ କୃଷି ଫସଲ କିସମକୁ ଅନୁମୋଦନ କରାଯାଇଛି। ସ୍କ୍ରିନିଂ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଫସଲର କିସମ ମଧ୍ୟରେ ଓୟୁଏଟି କଳିଙ୍ଗ ଦ୍ୱାରା ବିକଶିତ ଆଠଟି କିସମ (ଲଙ୍କା, ବାଇଗଣ, ଶାଗ, ଟମାଟ, କାଜୁ, ଆମ୍ବ…

ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତକରି ବ୍ରହ୍ମପୁରଠାରେ ଜାତୀୟ ସ୍ତରୀୟ ‘ସେବାପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ବୈଠକ କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ତିରୀକୃତ ହୋଇଥିବା ବିଭିନ୍ନ…

ରାଜ୍ୟରେ ନଭେମ୍ବର ୨୦୨୫ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା

ଭୁବନେଶ୍ୱର : ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି ହେକ୍ଟର ୨.୬୧ କିଲୋୱାଟକୁ ବୃଦ୍ଧି ପାଇଛି, ୨୦୩୬ ସୁଦ୍ଧା ଏହା ୩.୫୦ କିଲୋୱାଟ/ହେକ୍ଟର ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟର ହେବ ବୋଲି ଆକଳନ କରାଯାଇଛି ଏବଂ ତଦନୁଯାୟୀ ରୋଡ଼ମ୍ୟାପ ପ୍ରସ୍ତୁତ…

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଆନୁକୂଲ୍ୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଭାଗର ସ୍ନାତକୋତ୍ତର ଶିକ୍ଷକ (PGTs) ପାଇଁ ଦକ୍ଷତା ଆଧାରିତ ଶିକ୍ଷାଦାନ ଏବଂ ମୂଲ୍ୟାଙ୍କନ ଉପରେ ଏକ ପାଞ୍ଚ ଦିନିଆ କର୍ମଶାଳା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ…

“ନିପୁଣ ସପ୍ତାହ”: ଅଂଶଗ୍ରହଣ କଲେ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ

ଭୁବନେଶ୍ୱର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସରକାରୀ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ “ନିପୁଣ ସପ୍ତାହ” କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶେଷ ଦିନରେ ବିଦ୍ୟାଳୟଗୁଡ଼ିକରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି ହୋଇଥିଲା। ବହୁ ସଂଖ୍ୟକ ଅଭିଭାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଶେଷ ଭାବେ ମା’ମାନଙ୍କ ପାଇଁ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମା’ମାନଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।…