ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର
କଟକ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ ଗଣତନ୍ତ୍ରକୁ ଅଧିକରୁ ଅଧିକ ମଜଭୂତ କରିବାର ଉଦ୍ଦେଶ୍ୟ ନେଇ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ସୁଶାନ୍ତ କୁମାର ମିଶ୍ର ଏହି ସୁସଜ୍ଜିତ କେନ୍ଦ୍ରକୁ ଆଜି ଉଦଘାଟନ…


