ନିର୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶାର ପ୍ରଗତିକୁ ଦ୍ରୁତତର କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧI ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ନେଇ ସରକାର ଲକ୍ଷ୍ୟରଖିଥିବା ବେଳେ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡିବI ଏଥିପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡି ଗୁଡିକ ଗୁଣବତ୍ତା ଓ ସମୟ ଅବଧି ମଧ୍ୟରେ କାର୍ଯ୍ୟ ପରିସମାପ୍ତିକୁ ଗୁରୁତ୍ୱ ଦେବାକୁ ପଡିବI ଏଥିପାଇଁ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ସମୟ ସହିତ…


