ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୋଂଟାନା ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ମୋଂଟାନାରୁ ଆସିଥିବା ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ଦିନ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ଇଣ୍ଡିଆ ଟ୍ରେକ – ୨୦୨୫ କାର୍ଯ୍ୟକ୍ରମରେ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଅଛନ୍ତି। ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ ଓଡିଶାର ସମୃଦ୍ଧ ସଂସ୍କୃତି, କଳା ଏବଂ ସାମାଜିକ ପ୍ରଗତି ବିଷୟରେ ଅବଗତ କରାଇଥିଲେ। ପ୍ରତିନିଧିମଣ୍ଡଳୀ ଭାରତର ବିବିଧତା ଅନୁସନ୍ଧାନ କରିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏପରି ପରିଦର୍ଶନ ବିଭିନ୍ନ ଦେଶର…
