ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନର ସଭାପତି ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର : ରାଜ୍ୟର ଇସ୍ପାତ କମ୍ପାନିଗୁଡ଼ିକୁ ନେଇ ନୂତନ ଭାବେ ଗଠିତ ଶିଳ୍ପ ସଂଘ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସପିଏ)ର ସଭାପତି ଭାବେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ ଶିଳ୍ପ ବିକାଶ କ୍ଷେତ୍ରରେରେ ଅନେକ ଦଶନ୍ଧିର ଅଭିଜ୍ଞତା ସହ ଶ୍ରୀ ତ୍ରିପାଠୀ ବର୍ତ୍ତମାନ ଜିନ୍ଦଲ ଷ୍ଟିଲର ଆଡଭାଇଜର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ମନୋନୟନ ସରକାର ଓ ଶିଳ୍ପ ଜଗତ ମଧ୍ୟରେ ଏକ ଉତ୍ତମ…

ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ସହିତ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ MoU ସ୍ବାକ୍ଷରିତ

ଭୁବନେଶ୍ୱର : ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷାକରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ (Ministry of Earth Science) ମଧ୍ୟରେ ଲୋକସଭା ଭବନରେ ଏକ MoU ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଜ୍ଞାନ…

ସମସ୍ତ ପୌରସଂସ୍ଥାରେ ‘ଓସୱାସ’ କାର୍ଯ୍ୟକ୍ଷମ—ଡିଜିଟାଲ ପ୍ରଶାସନରେ ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର: ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ଐତିହାସିକ ସଫଳତା ଅର୍ଜନ କରିଛି। ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍’ (ଓସୱାସ) ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହି ପଦକ୍ଷେପ ପାରମ୍ପରିକ କାଗଜପତ୍ର ଭିତ୍ତିକ ପ୍ରଣାଳୀକୁ ପରିବର୍ତ୍ତନ କରି ଏକ ସମନ୍ୱିତ, ଦକ୍ଷ ଓ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କରିଛି। ରାଜ୍ୟର ୫ଟି…

ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ କଟିବନି ସଂଯୋଗ

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (DISCOM) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ…

ଆନନ୍ଦପୁରର ଐତିହ୍ୟ, ସଂସ୍କୃତି ଓ ଧର୍ମୀୟ ସମନ୍ୱୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ମୁଖ୍ୟ ନଗର ଓ ଏହା ପ୍ରାଚୀନ କାଳରୁ  ଏକ ପ୍ରସିଦ୍ଧ ନଗରୀ ଭାବେ ଖ୍ୟାତି ଲାଭ କରିଛିl ଓଡ଼ିଶାର ଧର୍ମ ପରମ୍ପରାରେ ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି ବୋଲି ଆନନ୍ଦପୁର ମହୋତ୍ସବର ଉଦ୍‍ଯାପନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି। ସେ  ଆନନ୍ଦପୁର ଅଞ୍ଚଳର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଏହି ପବିତ୍ର ଭୂମି ଧର୍ମୀୟ ସମନ୍ୱୟ…

ମହିଳା ସଶକ୍ତିକରଣ ଏକ ଜାତୀୟ ଆବଶ୍ୟକତା : ରାଜ୍ୟପାଳ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ଏକ ଜାତୀୟ ଆବଶ୍ୟକତା ଏବଂ ସମାବେଶୀ ବିକାଶ ପାଇଁ ଅତ୍ୟାବଶ୍ୟକ। ଯେଉଁ ସମାଜ ମହିଳାଙ୍କୁ ସମ୍ମାନ ଦିଏ ଏବଂ ସେମାନଙ୍କର ବିକାଶ କରେ,  ସେହି ସମାଜ ଶକ୍ତି ଓ ମର୍ଯ୍ୟାଦା ସହ ଅଗ୍ରଗତି କରେ ବୋଲି ଓଡିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ରବିବାର ଦିନ ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ‘ନାରୀ ଶକ୍ତି – ଓଡ଼ିଆ ଅସ୍ମିତା’କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…

ବିଶ୍ୱକର୍ମା ପୁରସ୍କାର : ପୂର୍ତ୍ତ ବିଭାଗର ୩, ଜଳସମ୍ପଦ ବିଭାଗର ୫ ଓ କ୍ରୀଡ଼ା ବିଭାଗର ୨ ପ୍ରକଳ୍ପ ପୁରସ୍କୃତ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବି.ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ସି.ଆଇ.ଡି.ସି. ଦ୍ୱାରା ଆୟୋଜିତ ୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପକୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀ ନିର୍ମାଣ କ୍ଷେତ୍ରରେ ନୂତନତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ରାସ୍ତା ଓ କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ନୂତନ ପାରଦର୍ଶିତା ସହିତ ଡି.ପି.ଆର୍‌ ବନାଇବା ପାଇଁ…

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବାକୁ ୨୧୩୬ଟି ସ୍ଥାନରେ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି। ମାତ୍ର କୌଣସି କାରଣ ନଥାଇ କିଛି  ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ଭିତ୍ତିକରି ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।  ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି। ଏହି…

ବନାଞ୍ଚଳରେ ଦକ୍ଷତା ବିକାଶ ତାଲିମ୍

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ତଥା ବନାଞ୍ଜଳରେ ବସବାସ କରୁଥିବା ପରିବାରର ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବନ ବିଭାଗ (କେନ୍ଦୁପତ୍ର)ର ମିଳିତ ପ୍ରୟାସରେ ଚାଲୁଥିବା ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ବଲାଙ୍ଗିର ଜିଲ୍ଲାର ବନ୍ଧପଡ଼ା ବନଖଣ୍ଡର ୨୮ ଜଣ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳତାର ସହ ପ୍ରଶିକ୍ଷଣ ଶେଷ…

ହିତାଧିକାରୀ-କୈନ୍ଦ୍ରିକ ପଦକ୍ଷେପ ଏବଂ ଜଳବାୟୁ ଅନୁକୂଳ ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହେଲେ ଆଇ.ଏ.ଏସ୍ ପ୍ରୋବେସନାରୀ ଅଧିକାରୀ

ଭୁବନେଶ୍ୱର: ପ୍ରଶାସନିକ ପ୍ରଶିକ୍ଷଣ ଏବଂ ସମୀକ୍ଷା କାର୍ଯ୍ୟକ୍ରମର ଅଂଶସ୍ୱରୂପ, ଭାରତୀୟ ପ୍ରଶାସନିକ ସେବା (IAS) ପ୍ରୋବେସନାରୀ  ଅଧିକାରୀମାନେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆୟୋଜିତ ଏକ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରୋବେସନାରୀ ଅଧିକାରୀମାନେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭାଗର…