ପାରାଦୀପ ଓ ଗୋପାଳପୁରରେ ହେବ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ନିଯୁକ୍ତି-୭,୬୦୦

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ, ଜାପାନୀ ଶିଳ୍ପ  ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ରେ ପରିଣତ କରାଯିବ। ଲୋକସେବା ଭବନର କନଭେନସନ୍‌…

ଓଡ଼ିଶା ଅବକାରୀ ବିଭାଗର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ସୋଲର: ଯାଜପୁର ଜିଲ୍ଲାସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ସୋଲର, ବୈରୀଠାରେ ଓଡ଼ିଶା ଅବକାରୀ ବିଭାଗର ୨୨ଜଣ ଅବକାରୀ ଉପ ଅଧୀକ୍ଷକ ଏବଂ ୧୦୦ ଜଣ ଅବକାରୀ ଉପ ନିରୀକ୍ଷକଙ୍କର ଭବ୍ୟ ଦୀକ୍ଷାନ୍ତ ସମାରୋହ ଗରିମା, ଶୃଙ୍ଖଳା ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ପ୍ରଶିକ୍ଷଣ ପରେ ପ୍ରଶିକ୍ଷାର୍ଥୀମାନଙ୍କର ଶୃଙ୍ଖଳିତ ପରେଡ଼, ଦୃଢ଼ ମନୋବଳ ଓ କାର୍ୟ୍ୟ ଦକ୍ଷତା ସମସ୍ତ ଉପସ୍ଥିତ ଅତିଥିଙ୍କୁ ମୁଗ୍ଧ କରିଥିଲା। ଏହି ଗରିମାମୟ ସମାରୋହରେ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ, ଆଇନ, ପୂର୍ତ୍ତ…

ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଏବଂ ମଧ୍ଯସ୍ଥିମୁକ୍ତ ରାଜସ୍ୱ ପ୍ରଶାସନ ତଥା ଜମିଜମା ପଞ୍ଜୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଇଜିଆର୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଓଡ଼ିଶାର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ଏହାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲାl ସମନ୍ୱିତ ନିରୀକ୍ଷଣ ଏବଂ ମନିଟରିଂ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା…

“ରାଜଧର୍ମର ରକ୍ଷା କର, ଚାପକୁ ମନରୁ ଦୂର କରି ଲୋକଙ୍କ ସେବା କର”

ଭୁବନେଶ୍ୱର : ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI), ଗୋଠପାଟଣାଠାରେ ଓଡ଼ିଶା ରାଜସ୍ୱ ସେବା (ସିଧାସଳଖ ନିଯୁକ୍ତି)–୨୦୨୩ ବ୍ୟାଚ୍‌ର ଅଧିକାରୀମାନଙ୍କ ପାଇଁ ଆୟୋଜିତ ୨୧ତମ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି। ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଅନ୍ୟତମ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ…

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକମାନଙ୍କ ନିକଟରେ ଓଡିଶାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି

ଭୁବନେଶ୍ୱର: ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ, ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ…

‘ବାଙ୍କୀ ପ୍ରଗତି ପରିଷଦ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗଠନମୂଳକ ପ୍ରୟାସ ମାଧ୍ୟମରେ ଗୋଷ୍ଠୀ ଜୀବନକୁ ସମୃଦ୍ଧ କରୁଛି’

ଭୁବନେଶ୍ୱର: ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ବାଙ୍କୀ ପ୍ରଗତି ପରିଷଦର ୬ଷ୍ଠ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଏବଂ ଗୋଷ୍ଠୀ ବିକାଶରେ ବାଙ୍କୀ ପ୍ରଗତି ପରିଷଦର ଭୂମିକା ପ୍ରଶଂସନୀୟ ବୋଲି ଓଡ଼ିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି କହିଛନ୍ତି I ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏହି ସମ୍ମିଳନୀ ସାମାଜିକ ସଦଭାବ ଏବଂ ସାମୂହିକ ପ୍ରଗତିକୁ ମଜବୁତ କରୁଥିବା ଏକ…

 ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି। ସୁରକ୍ଷିତ, ସ୍ମାର୍ଟ ଏବଂ ସଂଯୁକ୍ତ ଓଡ଼ିଶା ଗଠନ ସହ ଜନସାଧାରଣଙ୍କ ସେବାକୁ ଏକକ ନିର୍ଭରଯୋଗ୍ୟ ପ୍ଲାଟଫର୍ମକୁ ଆଣିବା ପାଇଁ…

୮ଟି ଡିଜିଟାଲ୍ ଆପ୍ଲିକେସନ୍ ଓ ୯ଟି ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶନ ଲୋକାର୍ପିତ

ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଏଣ୍ଡଏସ୍) ପକ୍ଷରୁ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ “ଦକ୍ଷ ଜନସେବା ପ୍ରଦାନ ପାଇଁ ପ୍ରଶାସନିକ ତଥ୍ୟର ସଦୁପଯୋଗ” (Harnessing Administrative Data for Efficient Public Service Delivery) ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆରମ୍ଭ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI)ର ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା…

ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସମବାୟ ବିଭାଗ,ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ  ସମବାୟ ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଦ୍ୱାରା ନୂତନ ଭାବରେ ପ୍ରତିଷ୍ଠିତ ସମବାୟ ମନ୍ତ୍ରଣାଳୟର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ପାଇଁ  ତା୨୯/୦୬/୨୦୨୬ ରିଖ ଠାରୁ ୦୬/୦୭/୨୦୨୬ରିଖ ପର୍ଯ୍ୟନ୍ତ ଭାରତ ସରକାର ସମବାୟ ବିଭାଗର ସୁଫଳକୁ ଦେଶର…

ଆନ୍ତର୍ଜାତୀୟ ବିଶ୍ୱ ଏମଏସଏମଇ ଦିବସ ଅବସରରେ ସେମିନାର

ବାରିପଦା:  ଆନ୍ତର୍ଜାତୀୟ ବିଶ୍ୱ ଏମଏସଏମଇ ଦିବସ ଅବସରରେ, ବାରିପଦାସ୍ଥିତ ଐତିହାସିକ ଶ୍ରୀରାମ ଚନ୍ଦ୍ର ପାଠାଗାରଠାରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର  ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ’ ଅଧୀନରେ  ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ‘ଉଦ୍ୟୋଗୀ ସଚେତନତା ଏବଂ ଋଣ ସୁବିଧା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଆଶାୟୀ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଏହି ଅଞ୍ଚଳରେ ଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକର ବିକାଶ କରିବା। ଏହି…