କିଶୋର କିଶୋରୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଦିନ ‘ଅଦ୍ୱିକା ବାର୍ତ୍ତା’ ମାଧ୍ୟମରେ ରାଜ୍ୟର କିଶୋର-କିଶୋରୀମାନଙ୍କ ସହ ଏକ ଅଭିନବ ରାଜ୍ୟସ୍ତରୀୟ ଆଲୋଚନାରେ ସାମିଲ ହୋଇଛନ୍ତି। ଶାସନ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ସଦୃଢ଼ କରିବା ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (OSCPCR) ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ “ଏ ଡେ ଫର ଚିଲଡ୍ରେନ୍” (A Day for Children) କାର୍ଯ୍ୟକ୍ରମର…

‘ସୁଭଦ୍ରା ଶକ୍ତି ସମାବେଶ’ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ

ଭୁବନେଶ୍ୱର: ରଜ ପର୍ବର ଶେଷ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା ଶକ୍ତି ସମାବେଶ’କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ। ଆସନ୍ତା ୨୧ ଜୁନ୍‌ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ଶକ୍ତି ସମାବେଶ’ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ…

“ଲୋକଙ୍କ ସରକାର, ଲୋକଙ୍କ ସାଥେ  ରାଜସ୍ୱ ସେବା, ଏବେ ସବୁରି ହାତେ”

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଏବଂ ଭିଡ଼ିଓର ଉନ୍ମୋଚନ ତଥା ଲୋକାର୍ପଣ ହୋଇଯାଇଛି l ଏହି ଅବସରରେ ପୁସ୍ତିକା ଉନ୍ମୋଚନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ତହସିଲରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ବିଭାଗର ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ନିରବଚ୍ଛିନ୍ନ ପ୍ରୟାସକୁ ସାଧୁବାଦ ଜଣାଇବା ସହ ବିଗତ ଦୁଇ…

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ତ୍ୱାରୋପ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ୱମପାଟି ଶନିବାର ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ଷ୍ଟେସନକୁ ଏକ ଆଧୁନିକ, ଯାତ୍ରୀ-ଅନୁକୂଳ ପରିବହନ ହବ୍ ରେ ପରିଣତ କରିବା ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରାଜ୍ୟପାଳ ପ୍ରାୟ ପୂର୍ବାହ୍ନ 11:00ଙ୍ଘଟିକା ସମୟରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ।  ସେଠାରେ ରାଜ୍ୟପାଳଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ପୁରୀ ଜିଲାପାଳ ଏବ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ…

ରଜ ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ସ୍ୱତନ୍ତ୍ର ରିହାତି

ଭୁବନେଶ୍ୱର: ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ମହିଳା ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୁଭଦ୍ରା ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରଜ ଉପଲକ୍ଷେ ୬ଟି ସ୍ଵତନ୍ତ୍ର ଗାଡ଼ି – ‘ପିଠା on Wheels’ର ଶୁଭାରମ୍ଭ କରିଥିଲେ। ରଜ ପର୍ବ ଉପଲକ୍ଷେ ଏହି ଗାଡ଼ି ଗୁଡ଼ିକ…

ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଏବଂ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଉଦ୍‌ଘାଟନ କରି କହିଛନ୍ତି, ରାଜ୍ୟ ସରକାର ଏହି ଦୁଇଟି ଯାକ ମିଶନକୁ ସଫଳ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି। ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ…

ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଯୁବପିଢି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ମଙ୍ଗଳବାର ଦିନ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ପରିସରରେ ଇଣ୍ଡିଆନ ଚେମ୍ବର ଅଫ କମର୍ସ (ଆଇସିସି) ଓ ଓୟୁଏଟି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଫୁଡ୍, ଏଗ୍ରି ଆଣ୍ଡ ବାୟୋଟେକ (FAB) ସମ୍ମିଟ ୨୦୨୬…

‘ସହଯୋଗ’ର ଫ୍ରଣ୍ଟଲାଇନ୍ କର୍ମୀଙ୍କ ପାଇଁ ଦିନିକିଆ କର୍ମଶାଳା

ଭୁବନେଶ୍ୱର: ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗରେ ‘ସହଯୋଗ’କାର୍ଯ୍ୟକ୍ରମ ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ହଜାର ହଜାର ପରିବାର ବିଭିନ୍ନ ସରକାରୀ ସେବା ଓ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ୍ ଏକାଡେମୀରେ ‘ସହଯୋଗ’କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ…

ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଆଧୁନିକ ବ୍ୟବସାୟିକ ସହାୟତା ମିଳିବ

ଭୁବନେଶ୍ୱର: ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ…

‘ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପର ପରିପୂରକ’

ଭୁବନେଶ୍ବର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଆୟୋଜନରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ “ପ୍ରକୃତିରୁ ପ୍ରେରଣା-ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ବିଷୟବସ୍ତୁକୁ ନେଇ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ବିଭିନ୍ନ ସଂସ୍ଥା ଦ୍ବାରା…