ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୨୪୪ କୋଟିରୁ ଉର୍ଦ୍ଧ ଟଙ୍କାର ଆବର୍ତ୍ତନ, ଗୋଷ୍ଠୀ ବିନିଯୋଗ ଓ ନିରାପତ୍ତା ପାଣ୍ଠି ପ୍ରଦାନ

ଭୁବନେଶ୍ୱର:  ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୩୩୦ ଜଣ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହୋଦୟାଙ୍କ କରକମଳରେ ୨,୮୮,୧୯୮ ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୬  କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବ ଅବସରରେ ୨୬ଟି ଜିଲ୍ଲାର…

୨୦୨୩ ପାଇଁ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କ ନାମ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ…

କେନ୍ଦ୍ରୀୟ ସଚିବଙ୍କ ଓଡ଼ିଶା ଗସ୍ତ; ଜଳ ଜୀବନ ମିଶନରେ ରାଜ୍ୟର ଅଗ୍ରଗତିର ପ୍ରଶଂସା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଅଶୋକ କେ. କେ. ମୀନା ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଶ୍ରୀ ମୀନା ଜଳ ଜୀବନ ମିଶନରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତିର ପ୍ରଶଂସା କରିଥିଲେ। ଜାତୀୟ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଓ ପ୍ରାଥମିକତା ଅନୁରୂପ ରାଜ୍ୟ ସରକାର…

ନାଗରିକମାନଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରାଯିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ଶାସନ କାଳ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୪, ୨୦୨୬ରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ରାଜ୍ୟବ୍ୟାପୀ ‘ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ’ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବା, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାଗୁଡ଼ିକୁ ପ୍ରଦର୍ଶିତ କରିବା ଏବଂ ଓଡ଼ିଶାର ସହରାଞ୍ଚଳର ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ…

କ୍ଷେତ୍ରସ୍ତରରେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର: ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଉପ-ମୁଖ୍ୟମନ୍ତ୍ରୀ କ୍ଷେତ୍ରସ୍ତରରେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ଧାନ ନର୍ସରୀ ପ୍ରସ୍ତୁତି ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଲ୍ ନିନୋ (El Niño) ଜନିତ ଅସ୍ୱାଭାବିକ ମୌସୁମୀ…

କଟକ ଏବଂ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା ଏବଂ ୯ଟି ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର ଆରମ୍ଭ

ମୟୂରଭଞ୍ଜ/ଭୁବନେଶ୍ୱର/କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶାର ବିକାଶ ପାଇଁ  ₹୪୭,୬୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ସେଥିରୁ ବାଣିଜ୍ୟ ଓ ପରିବହନ ବିଭାଗର ମଧ୍ୟ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହା ମଧ୍ୟରେ କଳାହାଣ୍ଡି ଓ ଗିରିଶୋଳା (ଗଞ୍ଜାମ)ରେ ୨ଟି ଟ୍ରକ୍ ଟର୍ମିନାଲ୍, କଟକ ଓ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା…

ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥା ଲାଗୁ ହେବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଉପ-ନିବନ୍ଧକ (SR) ଓ ଜିଲ୍ଲା ଉପ-ନିବନ୍ଧକ(DSR)ଙ୍କ କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ସମ୍ପର୍କରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ନିଷ୍ପତ୍ତି ନିଆଯାଇଛି…

ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ମାନକ କାର୍ଯ୍ୟପ୍ରଣାଳୀ

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟପ୍ରଣାଳୀ (Standard Operating Procedure – SOP) ଜାରି କରିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ, ୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ ଏବଂ ପଞ୍ଜୀକରଣ ଆଇନ,…

“ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା” ବିଷୟ ଉପରେ ପ୍ରଥମ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା (OSSR&TI) ପକ୍ଷରୁ “ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା”ବିଷୟ ଉପରେ ପ୍ରଥମ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୯ ଜୁନ ୨୦୨୬ ଠାରୁ ୨୩ ଜୁନ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।  ଏହି ସଂସ୍ଥାର ଅତ୍ୟାଧୁନିକ ପ୍ରଶିକ୍ଷଣ ଭବନ “ରେଶା ଭବନ” ର ଉଦ୍‌ଘାଟନ ଗତ ୨୪ ଫେବୃଆରୀ ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଆୟୋଜିତ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା…

କ୍ରୁଟ୍ ସାର୍ବଜନୀନ ପରିବହନ ନେଟୱର୍କକୁ ସମ୍ପ୍ରସାରିତ କରିଛି

ଭୁବନେଶ୍ୱର: କମ୍ପ୍ରିହେନ୍‌ସିଭ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏକ ସ୍ଥାୟୀ ଏବଂ ନାଗରିକ-କେନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ଜାତୀୟ ସ୍ତରରେ ଏକ ମାପଦଣ୍ଡ ସାଜିଛି। ବୈଦ୍ୟୁତିକ ଗତିଶୀଳତାର ଦ୍ରୁତ ସମ୍ପ୍ରସାରଣ, ପ୍ରଯୁକ୍ତିବିଦ୍ୟା-ଆଧାରିତ ଯାତ୍ରୀ ସେବା, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ତର୍ଭୁକ୍ତୀକରଣ କର୍ମଚାରୀ ବିକାଶ ମାଧ୍ୟମରେ ଏହା ସମଗ୍ର ଓଡ଼ିଶାରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ୨୦୨୪ରୁ ଏପ୍ରିଲ ୨୦୨୬ ମଧ୍ୟରେ  କ୍ରୁଟ୍  ନିଜର ସାର୍ବଜନୀନ ପରିବହନ ନେଟୱର୍କକୁ ଯଥେଷ୍ଟ ସମ୍ପ୍ରସାରିତ କରିଛି,…