‘ଓଡ଼ିଶାର ଆମ୍ବ ପାଇଁ ସ୍ୱତନ୍ତ୍ର ବ୍ରାଣ୍ଡିଂ ସୃଷ୍ଟି କରିବାର ଆବଶ୍ୟକତା ରହିଛି’

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର (CHES) ପରିସରରେ ୫ ଜୁନ୍ ୨୦୨୬ରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ICAR-IIHR, ବେଙ୍ଗାଲୁରୁ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟାନକୃଷି ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ସମୃଦ୍ଧ ଆମ୍ବ ସମ୍ପଦ, ଜୈବ ବିବିଧତା ସଂରକ୍ଷଣ ଏବଂ ସ୍ଥାୟୀ କୃଷିର ପ୍ରଦର୍ଶନ କରାଯାଇଥିଲା। ଜଳବାୟୁ-ଉପଯୋଗୀ ଉଦ୍ୟାନକୃଷିର ପ୍ରସାର ଏବଂ “କ୍ଷେତ ବଞ୍ଚାଅ ଅଭିଯାନ” ଅଧୀନରେ ଚାଷଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ…

ଓଡ଼ିଶାକୁ ମିଳିଲା ‘ପିଏମ୍ ସୂର୍ଯ୍ୟ ଘର’ ଜାତୀୟ ପୁରସ୍କାର

ଭୁବନେଶ୍ୱର: ସୌର ଶକ୍ତି କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ବଡ଼ ସଫଳତା ହାସଲ କରିଛି। କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବିଶେଷ ଅଭିଯାନରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଦେଇଛି। ଘର ଛାତ ଉପରେ ସୌର ପ୍ରକଳ୍ପ (Rooftop Solar) ଲଗାଇବା କ୍ଷେତ୍ରରେ ଓଡ଼ିଶା, ସର୍ବାଧିକ…

‘ସହରାଞ୍ଚଳକୁ ସମୃଦ୍ଧ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି’

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଶାସନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଭୁବନେଶ୍ୱରର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀ (OUA)ର ଏକ ଅତ୍ୟାଧୁନିକ  ହଷ୍ଟେଲକୁ ଗୃହନିର୍ମାଣ , ନଗର ଉନ୍ନୟନ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି କେବଳ କୋଠାବାଡ଼ି ନିର୍ମାଣ ନୁହେଁ, ବରଂ…

ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ଛତ୍ରପୁର: ପୁଣିଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଜିଲ୍ଲାକୁ ମିଳିଛି ୩ଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର। ଜିଲ୍ଲାର ୨ଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇବାର ଗୌରବ ହାସଲ କରିଛି। ସମଗ୍ର ରାଜ୍ୟରୁ ୪ଟି ପଞ୍ଚାୟତ ଏବଂ ଗୋଟିଏ ଜିଲ୍ଲା ଏହି ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିରୁ ୩ଟି ପୁରସ୍କାର ଏକାକୀ…

ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଏବଂ ମଧ୍ଯସ୍ଥିମୁକ୍ତ ହେବ ରାଜସ୍ୱ ପ୍ରଶାସନ ତଥା ଜମିଜମା ପଞ୍ଜୀକରଣ ବ୍ୟବସ୍ଥା

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଇଜିଆର୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଓଡ଼ିଶାର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ଏହାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ସମନ୍ୱିତ ନିରୀକ୍ଷଣ ଏବଂ ମନିଟରିଂ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼…

ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମ୍ୟାଙ୍ଗୋ ଫେଷ୍ଟିଭାଲ

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆୟୋଜିତ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଉଦ୍ଘାଟନ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ। ରାଜ୍ୟର ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ସହ ପ୍ରାକୃତିକ ଭାବେ ପାଚିଥିବା ଆମ୍ବକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ…

ଧାର୍ଯ୍ୟ ସମୟରେ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ଆଧାର କରି ରାଜ୍ୟର ରୋଡ଼୍‌ ନେଟ୍‌ୱାର୍କକୁ ସମୃଦ୍ଧ କରିବା କ୍ଷେତ୍ରରେ ଆମେ ଆଗେଇ ଚାଲିଛୁ। ସମସ୍ତଙ୍କ ମିଳିତ ସହଯୋଗରେ ଆମେ ବିଗତ ବର୍ଷ ତୁଳନାରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛୁ। ତେବେ ଏହି ଧାରାକୁ ବଜାୟ ରଖିବା ଏବଂ ପ୍ରକଳ୍ପଗୁଡ଼ିକୁ ଅଧିକ ତ୍ୱରିତ ଗତିରେ ଆଗେଇନେବା ଲାଗି ଆମକୁ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ ବୋଲି ପୂର୍ତ୍ତ, ଆଇନ ଓ…

ଆଞ୍ଚଳିକ ଗତିଶୀଳତା ଯୋଜନା ଏବଂ ବସ୍ ସେବା ରୂପାନ୍ତରଣ ପଦକ୍ଷେପର ଅଗ୍ରଗତି ସମୀକ୍ଷା କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ଏକ ସ୍ଥାୟୀ, ସମନ୍ୱିତ ଏବଂ ଭବିଷ୍ୟତ-ଉପଯୋଗୀ ଗତିଶୀଳତା ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଚାଲିଥିବା ବୈଷୟିକ ସହାୟତା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ  ପାଇଁ ଏକ ବ୍ୟାପକ ଆଞ୍ଚଳିକ ଗତିଶୀଳତା ଯୋଜନା ଏବଂ ରାଜ୍ୟବ୍ୟାପୀ ବସ୍ ସେବା ରୂପାନ୍ତରଣ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଗୃହନିର୍ମାଣ ଓ ନଗର…

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀକୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛିI ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲାI ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ…

ପୁରୀରେ ହେବାକୁ ଥିବା BRICS ରାଷ୍ଟ୍ରସମୂହର ଦ୍ଵିତୀୟ ବୈଷୟିକ ବୈଠକରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ

ଭୁବନେଶ୍ୱର: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ବୈଠକ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତିl ଏହି ଅବସରରେ ‘ଅତିଥି ଦେବୋ ଭବ’ରେ ବିଶ୍ବାସ ରଖୁଥିବା ଆମ…