କଟକ, ବରଗଡ଼ ଓ ଯାଜପୁରରେ ପ୍ରତିଷ୍ଠା ହେବ ହସ୍ତତନ୍ତ ହବ୍‌ ଓ ପାର୍କ

ଭୁବନେଶ୍ୱର : କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୩ଟି ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ କଟକ ଜିଲ୍ଲାର ଅଭିମାନପୁରଠାରେ ୧୩.୫୧ କୋଟି ଟଙ୍କା ବ୍ୟୟରେ ୨.୭୭ ଏକର ସ୍ଥାନରେ ଏ.ଆଇ ଓ ବ୍ଲକ…

‘ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଏକ ଅଗ୍ରଣୀ ରାଜ୍ୟ’

ଭୁବନେଶ୍ୱର: ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନର ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ “ଆନ୍ତର୍ଜାତୀୟ ଜୈବବିବିଧତା ଦିବସ”ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଚଳିତ ବର୍ଷର ମୂଳ ବିଷୟବସ୍ତୁ ଥିଲା — “ସ୍ଥାନୀୟ ପଦକ୍ଷେପର ବିଶ୍ୱସ୍ତରୀୟ ପ୍ରଭାବ”। ଏହି ଅବସରରେ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ…

ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ରାଜ୍ୟ ମଧ୍ୟରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ସରକାର ଶିଳ୍ପ ଉନ୍ନୟନ, କୌଶଳ ବିକାଶ, ପର୍ଯ୍ୟଟନ, ସଂସ୍କୃତି, ଯୁବ ବିନିମୟ ଏବଂ ଜନସାଧାରଣଙ୍କ ସହ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ପ୍ରିଫେକ୍ଚର (ରାଜ୍ୟ) ମଧ୍ୟରେ ଏକ ଔପଚାରିକ ମୈତ୍ରୀ ଚୁକ୍ତି ସ୍ଥାପନ ପାଇଁ ଜାପାନ ସରକାର ସହ ଆଲୋଚନାକୁ ଆଗକୁ ବଢ଼ାଉଛନ୍ତି। ସମ୍ପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କୋଲକାତାସ୍ଥିତ ଜାପାନର କନସୁଲ ଜେନେରାଲ (ମହା ବାଣିଜ୍ୟ ଦୂତ)ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରେ…

ବିକଶିତ ବ୍ରଜରାଜନଗର ପାଇଁ ୨୩.୪୮ କୋଟି ଟଙ୍କା ବ୍ୟୟରେ ୮୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର /ବ୍ରଜରାଜନଗର (ଝାରସୁଗୁଡ଼ା): ବ୍ରଜରାଜନଗର ପୌରପରିଷଦ ଅଞ୍ଚଳର ବ୍ୟାପକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ବ୍ରଜରାଜନଗରଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୋଟ ୨୩.୪୮ କୋଟି ଟଙ୍କା ବିନିମୟରେ ୮୨ ଗୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ୨.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ…

‘ଇପିକଲ୍’ର ବିସ୍ତୃତ ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି ତ୍ବରାନ୍ବିତ ହେବ ଶିଳ୍ପ ଅଭିବୃଦ୍ଧି। ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ଅଫ୍ ଓଡ଼ିଶା ଲିମିଟେଡ୍ (ଇପିକଲ୍)ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ବ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ସମସ୍ତ ବିଭାଗୀୟ ନୋଡାଲ ଅଧିକାରୀଙ୍କୁ ଉଦ୍ୟୋଗୀ ମନୋଭାବ ଗ୍ରହଣ କରିବା ସହ ଶିଳ୍ପଗୁଡ଼ିକର ସହଜ କାର୍ଯ୍ୟକାରିତା ପାଇଁ ଅଧିକ ସକ୍ରିୟ ଭାବେ ସହାୟତା  କରିବାକୁ ସେ ନିର୍ଦ୍ଦେଶ…

‘ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଯୋଗାଣ ନିଗମ ମିଳିତ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଲୋକସେବା ଭବନ କାନଭେନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ। ନିକଟରେ ରନ୍ଧନ ଗ୍ୟାସର କଳାବାଜରୀ ରୋକିବାରେ ସେମାନଙ୍କର…

ସମନ୍ୱିତ କୃଷି, ଡାଲି ଏବଂ ତୈଳବୀଜ ଏବଂ ସ୍ଥାୟୀ କୃଷି ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ପୂର୍ବ ଭାରତର କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି,…

ଇଲେକ୍ଟ୍ରିକ ବସ ପରିଚାଳନାରେ ମହିଳା ଚାଳକ, ADAS ସୁରକ୍ଷା ବ୍ୟବସ୍ଥା  ଉପରେ ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ୱର: ଓଡିଶାରେ ସହରୀୟ ଯାତାୟାତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡକ ସୁରକ୍ଷା ପଦକ୍ଷେପ ଓ ପ୍ରତିଷ୍ଠାନଗତ ସୁଦୃଢୀକରଣର ପ୍ରଗତି ସମୀକ୍ଷା ପାଇଁ  CRUT ର ଚାଲୁ ଓ ଆଗାମୀ ପଦକ୍ଷେପ ସମ୍ପର୍କିତ ଏକ ବ୍ୟାପକ ସମୀକ୍ଷା ବୈଠକ ଗୃହ ଓ ସହର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ CRUTର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ୱରରେ ସେବା…

ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍, ଡିଜେଲ, ରନ୍ଧନ ଗ୍ୟାସ (ଏଲପିଜି)  ସାମଗ୍ରୀର ଉପଲବ୍ଧତା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ (ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ) ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ ସଂପ୍ରତି ପ୍ରତିକୂଳ ସ୍ଥିତିସତ୍ତ୍ୱେ  ରାଜ୍ୟରେ ପେଟ୍ରୋଲ, ଡିଜେଲ ଏଲପିଜି…

ତୃଣମୂଳ ସ୍ତରରେ ପହଂଚିବ ରାଜସ୍ୱ ସେବା; ତହସିଲ୍ ପକ୍ଷରୁ ପଂଚାୟତ ସ୍ତରରେ ହେବ କ୍ୟାମ୍ପ୍ କୋର୍ଟ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିl ବିଗତ ଦୁଇ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ପ୍ରତିଟି ଲୋକ ପାଖେ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ବୈଠକରେ ମନ୍ତ୍ରୀ କହିଛନ୍ତି ଯେ, “ଯାହା ଆମେ ଉପଲବ୍ଧି କରୁଛେ, ତାହା…