ଓଡ଼ିଆ ଜନଜୀବନ ସହିତ ଯୋଡି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ  ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ…

ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣ ମାନଙ୍କ ପାଇଁ ଉପଲବ୍ଧ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି। ଏହି ଉଦ୍ଦେଶ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ସଚିବାଳୟସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ…

ହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି ଚିଠା ନୀତି ପ୍ରସ୍ତୁତ ହୋଇଛି : ମନ୍ତ୍ରୀ 

ଭୁବନେଶ୍ଵର: “ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ପରାମର୍ଶଦାତା କର୍ମଶାଳା ସ୍ଥାନୀୟ ମେ ଫେୟାର ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କହିଛନ୍ତି, ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ । ହସ୍ତଶିଳ୍ପୀମାନେ ଆମ ସାଂସ୍କୃତିକ ଐତିହ୍ୟର ସରଂକ୍ଷକ। ତେଣୁ  ହସ୍ତଶିଳ୍ପର ସୁରକ୍ଷା, ସରଂକ୍ଷଣ ଓ ପ୍ରସାର ପ୍ରଚାର ସହ…

୨୦ ଲକ୍ଷ ମେଟ୍ରିକ ଟନ ରବି ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨୦୨୫–୨୬ ଖରିଫ୍ ମାର୍କେଟିଂ ଋତୁରେ ରବି ଫସଲ (ଧାନ) କ୍ରୟ ସଂପର୍କିତ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଯୋଗଦେଇ ଆଗାମୀ ରବି ଧାନ ସଂଗ୍ରହ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ବିଭାଗ କମିଶନର ତଥା ଶାସନ…

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥଗୁଡ଼ିକରେ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ବିଷୟରେ ବିସ୍ତୃତ ଆଲୋଚନା

ଭୁବନେଶ୍ୱର : ବିଶ୍ୱ ବ୍ୟାଙ୍କ ଗ୍ରୁପର ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ବୈଠକରେ ଯୋଗଦେଇ ଓଡ଼ିଶା ଏବଂ ଭାରତରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ (ଭ୍ୟାଲୁ ଚେନ୍‌) କୁ ସୁଦୃଢ କରିବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବିଶ୍ୱବ୍ୟାଙ୍କ  ପ୍ରତିନିଧି ଦଳ ଓଡ଼ିଶା ସରକାରଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ସଂପଦ ପ୍ରକ୍ରିୟାକରଣ ପାର୍କ, ଉତ୍ପାଦନ, ବିନିଯୋଗ,…

‘ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅଧିକ ନିବେଶ ଦ୍ୱାରା ବିକଶିତ ଓଡ଼ିଶା ଗଠନ ସମ୍ଭବ’

ଭୁବନେଶ୍ୱର: ଶିକ୍ଷା ହେଉଛି ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାର ଚାବିକାଠିI  ଶିକ୍ଷା ଏବଂ ଦକ୍ଷତା ବିକାଶରେ ଅଧିକ ନିବେଶ ଦ୍ୱାରା ଏକ ବିକଶିତ ଏବଂ ଭବିଷ୍ୟତ ପ୍ରସ୍ତୁତ ଓଡ଼ିଶା ଗଠନ ସମ୍ଭବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ବୁଧବାର ଦିନ ଭୁବନେଶ୍ୱର ଠାରେ ନ୍ୟୁଜ ୧୮ ଦ୍ୱାରା ଆୟୋଜିତ ଏଜୁକେସନ ଏମିନେନ୍ସ କନକ୍ଳେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି…

ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର : ମନ୍ତ୍ରୀ

ଭୁବନେଶ୍ଵର: ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର। ଏହି ପାରମ୍ପରିକ କଳାର ସରଂକ୍ଷଣ ସହ ହଜାର ହଜାର କାରିଗରଙ୍କୁ ଜୀବିକା ଯୋଗାଇବାରେ ଉତ୍କଳିକା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଉତ୍କଳିକାର ମୁଖ୍ୟ  କାର୍ଯ୍ୟାଳୟଠାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୮ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ…

ବିପର୍ଯ୍ୟୟ ପ୍ରସ୍ତୁତିରେ ଓଡ଼ିଶାର ସୁନାମକୁ ଅକ୍ଷୁଣ୍ଣ ରଖିବା ପାଇଁ ସମୟୋପଯୁକ୍ତ ପଦକ୍ଷେପ ଉପରେ ମୁଖ୍ୟଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ସେବା ମହା ନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର, ଭାରତୀୟ ପାଣିପାଗ ବିଭାଗ, ଓଡ୍ରାଫ୍ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ…

ଆଗାମୀ ମୌସୁମୀକୁ ନଜର ରଖି ଆଗୁଆ ପଦକ୍ଷେପ ନେବାପାଇଁ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା ଓ ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ. ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ମ୍ୟାନେଜିଂ ଡାଇରେକ୍ଟର ଡ଼ ବୃନ୍ଦା ଡି., ସ୍ଵତନ୍ତ୍ର ସଚିବ ଡ଼. ବିଜୟ ମହାପାତ୍ର , ସମସ୍ତ ବିଭାଗୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବ ଓ…

 ମହିଳା ସୁବାହକ ଭାନୁପ୍ରିୟା ବେହେରାଙ୍କୁ କାର୍ ଚାବି ହସ୍ତାନ୍ତର

ଭୁବନେଶ୍ୱର: ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ପରିବହନ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ଆତ୍ମନିର୍ଭର ମହିଳା ସୁବାହକ’ (ଆମ ସୁବାହକ) ଯୋଜନା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଉ ଜଣେ ହିତାଧିକାରୀ ଭାନୁପ୍ରିୟା ବେହେରାଙ୍କୁ ନୂତନ ଗାଡ଼ିର ଚାବି ହସ୍ତାନ୍ତର କରାଯାଇଛି। ଭାନୁପ୍ରିୟା ୨୦୧୯ରେ ଛତିଆ ସ୍ଥିତ ‘ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ’(IDTR)ରୁ ପ୍ରଶିକ୍ଷଣ ଗ୍ରହଣ…