୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ୧୫ଟି ଅତିରିକ୍ତ ହସ୍ତଶିଳ୍ପର  ପାଠ୍ୟକ୍ରମ  ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ପ୍ରଦିପ ବଳ ସାମନ୍ତଙ୍କ ଉପସ୍ଥିତିରେ କମିଶନର-ତଥା  ଶାସନ ସଚିବ ଗୁହାପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଏହି  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିବେଦିତା ପୃଷ୍ଟି, ନିର୍ଦ୍ଦେଶିକା, ହସ୍ତଶିଳ୍ପ,…

ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ସମୀକ୍ଷା; ୨୪ ଘଣ୍ଟିଆ ସତର୍କତା ଓ ତ୍ୱରିତ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନସ୍ଥିତ ରାଜସ୍ୱ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସେ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ ଚବିଶ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କ ଜୀବନର…

ଶିଳ୍ପ ସଂସ୍ଥାମାନଙ୍କ ସହ ଉଚ୍ଚସ୍ତରୀୟ ହିତାଧିକାରୀ ବୈଠକ: ଶିଳ୍ପ ଭିତ୍ତିଭୂମି, ସେବା ଓ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତା (Ease of Doing Business)କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ପକ୍ଷରୁ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଶିଳ୍ପ ହିତାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଡ୍କୋ ପରିସରରେ  ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶିଳ୍ପ ସଂଗଠନ,…

ବିଦ୍ୟା ରତନ ଶର୍ମା ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ (ପୂର୍ବରୁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ ଭାବରେ ପରିଚିତ) ଜୁଲାଇ ୨୪, ୨୦୨୬ରେ ଅନୁଷ୍ଠିତ ଏହାର ବୋର୍ଡ ଅଫ୍ ଡ଼ାଇରେକ୍ଟର୍ ବୈଠକ ପରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛି। ବୋର୍ଡ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ ଦୁଇ ବର୍ଷ ପାଇଁ ବିଦ୍ୟା ରତନ ଶର୍ମାଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛି, ଯାହା ଜୁଲାଇ  ୨୪, ୨୦୨୬ରୁ କାର୍ଯ୍ୟକାରୀ ହେବ।  ଶ୍ରୀଯୁକ୍ତ ଶର୍ମା, ଜଣେ ପ୍ରତିଷ୍ଠିତ ଶିଳ୍ପ ଟେକ୍ନୋକ୍ରାଟ୍ ଯିଏ…

କୋଇଡା–ଚଣ୍ଡିଖୋଲ ଓ ରିମୁଳି–ଚମ୍ପୁଆ ଜାତୀୟ ରାଜପଥ ନିର୍ମାଣ ଆଲୋଚନା

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରି କୋଇଡା–ଚଣ୍ଡିଖୋଲ ଏବଂ ରିମୁଳି–ଚମ୍ପୁଆ ଜାତୀୟ ରାଜପଥର ଉନ୍ନତି ଓ ପ୍ରଶସ୍ତୀକରଣ ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ବୈଠକରେ ରାସ୍ତା ନିର୍ମାଣ ନେଇ ନକ୍ସା ପ୍ରସ୍ତୁତି, ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ ସମେତ ସମସ୍ତ ଆବଶ୍ୟକୀୟ ସରକାରୀ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ…

ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତା ପରିସର ସଂଶୋଧିତ

ଭୁବନେଶ୍ୱର : ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସଂସ୍କାର ସ୍ୱରୂପ ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ନଗର ଉନ୍ନୟନ ବିଭାଗ ଦ୍ୱାରା ବିଜ୍ଞାପିତ ଏହି ସଂଶୋଧିତ ବ୍ୟବସ୍ଥା ତୁରନ୍ତ ଲାଗୁ ହେବ। ଏହି ସଂଶୋଧିତ କ୍ଷମତା ଅନୁଯାୟୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍…

‘ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ବନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ସ୍ୱଚ୍ଛତା ବୃଦ୍ଧି କରିବ’

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅରଣ୍ୟ ଭବନଠାରେ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର (Integrated Forest Monitoring & Command Centre – IFMCC)ର ଉଦ୍ଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଯୁକ୍ତି-ନିର୍ଭର ବନ ପ୍ରଶାସନ ଏବଂ ନିରନ୍ତର ପ୍ରାକୃତିକ ସମ୍ପଦ ପରିଚାଳନା ଦିଗରେ…

‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ ଅପରିହାର୍ଯ୍ୟ’

ଭୁବନେଶ୍ୱର: ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ ଅପରିହାର୍ଯ୍ୟ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ସୋମବାର ଲୋକ ଭବନର ନ୍ୟୁ ଅଭିଷେକ ହଲ ଠାରେ ‘ପିଭିଟିଜିସ ଅଫ ଓଡ଼ିଶା – ୱେ ଆହେଡ଼’ ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏହି ସମ୍ମିଳନୀରେ ଓଡ଼ିଶାର ପ୍ରଥମ ମହିଳା ଡ଼. ଜୟଶ୍ରୀ…

ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଏବଂ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ

ଭୁବନେଶ୍ୱର: ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ବିଶାଳ କୁମାର ଦେବ, ଜଳସମ୍ପଦ ବିଭାଗ ଶାସନ ସଚିବ ଶୁଭା ଶର୍ମା ଏବଂ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ…

ଜନଜାତିଙ୍କ ବିକାଶ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ। ତେଣୁ, ଆପଣମାନେ ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ…