ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଲାଗିଥିବା ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣିରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି। ଖବର ପାଇବା କ୍ଷଣି ରାଜ୍ୟ ସରକାର ଏହି ରୋଗ କିପରି ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ଓ ରୋଗର ନିରାକରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଅଞ୍ଚଳକୁ ଗସ୍ତ…

ଅଗଷ୍ଟ ୧୦ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ।…

ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଚତୁର୍ଥ ପରିଚାଳନା ପରିଷଦ ବୈଠକ

ଭୁବନେଶ୍ବର: ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଭୁବନେଶ୍ୱରର ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ବ୍ୟାଘ୍ର ସଂରକ୍ଷଣରେ ପରିବେଶଗତ, ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶକୁ ସହଜ କରିବା, ସ୍ଥାନୀୟ ହିତାଧିକାରୀ ସମ୍ପ୍ରଦାୟଙ୍କ ସମ୍ପୃକ୍ତି ସହିତ ପରିବେଶ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟାଘ୍ର ସଂରକ୍ଷଣରେ ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ପାଇଁ…

ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ୨୦୨୫ ପାଳିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଗୀତଗୋବିନ୍ଦ ସଦନର ସଭାଗୃହଠାରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ -୨୦୨୫ରେ ଯୋଗଦେଇ ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ପରିବାର କଲ୍ୟାଣ, ମାନବାଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି। ପରିବାର ଯୋଜନା, ଲିଙ୍ଗଗତ ସମାନତା, ମାତୃତ୍ବ, ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା…

କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମୟରେ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରିବେ। ସମବାୟ ମାଧ୍ୟମରେ ଫସଲ ଋଣ ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ଆଲୋଚନା ବୈଠକରେ ଏହି ମତ ପ୍ରକାଶ ପାଇଛି। ବୈଠକରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଅଧ୍ୟକ୍ଷତା କରି…

କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଓଡ଼ିଶାର ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ନବସୃଜନର ନିଦର୍ଶନ- ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ…

ଡିଏମଏଫ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା। ୨୫ ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ ଓଡ଼ିଶା ୩୧ ,୩୨୪ କୋଟି…

ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ପାଇଁ ଅଭିଯାନ ରଥର ଶୁଭାରମ୍ଭ

ଭୁବନେଶ୍ଵର: କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ ଉପରେ ଉଦ୍ୟାନ ଓ ସହରାଞ୍ଚଳ ଉଦ୍ୟାନକୃଷି ରଥର ଶୁଭାରମ୍ଭ କରିଛନ୍ତି l ଛାତ ଉପରେ ଉଦ୍ୟାନ ସଚେତନତା ରଥର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆଜିର ସମୟରେ ରାଜ୍ୟର ସହରଗୁଡ଼ିକରେ ସବୁଜ ସ୍ଥାନ ହ୍ରାସ, କଂକ୍ରିଟ୍ କୋଠା ନିର୍ମାଣ, ରାଜ୍ୟବ୍ୟାପୀ ସହରାଞ୍ଚଳ ବୃଦ୍ଧି ପାଉଛି। ସରକାର ପାର୍କ ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ…

ସଡ଼କ ଓ ସେତୁ ନିର୍ମାଣରେ ଗୁଣାତ୍ମକ ମାନ ବଜାୟ ରଖିବା ଓ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମଜିଏସ୍ଓ୍ୱାଇ) କାର୍ଯ୍ୟକାରିତା ସଂପର୍କିତ ୩୭ତମ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ଓଡ଼ିଶାରେ ବିଗତ ବିଭିନ୍ନ ବର୍ଷରେ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟକାରିତା ଓ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ବୈଠକରେ କମିଟିର ସଦସ୍ୟ ଥିବା ପୂର୍ତ୍ତ,…

ଚଳିତ ବର୍ଷ ଏକ ପେଡ୍ ମା’ କେ ନାମ୍ ୨.୦ ଅଭିଯାନର୍ ୭.୫ କୋଟି ଚାରା ରୋପଣ କରାଯିବ

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡିକର ପୁନର୍ବିନ୍ୟାସ (Restructuring) କରାଯାଇଛି । ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…