ଚଳିତ ବର୍ଷ ଶେଷ ଆଡ଼କୁ ଓଡ଼ିଶାରେ ଆୟୋଜିତ ହେବ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀ
ଭୁବନେଶ୍ୱର: ଚଳିତ ବର୍ଷ ଶେଷରେ ଓଡ଼ିଶାରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଆଇଆଇଟି କାନପୁରର ମିଳିତ ସହଯୋଗରେ ଆୟୋଜିତ ହେବ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀ। ସାରା ଦେଶର ଶକ୍ତିମନ୍ତ୍ରୀମାନେ ଏଥିରେ ଯୋଗଦେବେ। ଶକ୍ତି କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାରେ ଓଡ଼ିଶା ନେତୃତ୍ୱ ନେବ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗତ ଜୁନ ମାସରେ ନୂଆଦିଲ୍ଲୀ ଠାରେ ଏଥିନିମନ୍ତେ ଓଡିଶା ସରକାରଙ୍କ ସହ…


