ମହିଳା ନେତୃତ୍ୱ ଓ ଦକ୍ଷତା ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ
ହାଇଦ୍ରାବାଦ/ଭୁବନେଶ୍ବର : ହାଇଦ୍ରାବାଦର ବେଗୁମପେଟ୍ ଠାରେ ଆୟୋଜିତ ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ସରକାର ଅଂଶଗ୍ରହଣ କରିଛନ୍ତି। ଭାରତର ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟର ବଢୁଥିବା ଭୂମିକାକୁ ପ୍ରତିଫଳିତ କରି ଏହି ପାଭିଲିୟନର ବିଷୟବସ୍ତୁ “ଓଡ଼ିଶା ଟେକ୍ସ ଫ୍ଲାଇଟ୍” (Odisha Takes Flight) ରଖାଯାଇଛି। ଓଡ଼ିଶା ଷ୍ଟଲରେ ପରିଦର୍ଶକମାନେ ଅନୁଭବ କରୁଛନ୍ତି ଯେ କିଭଳି ପ୍ରଗତିଶୀଳ ନୀତି, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ଯୋଗାଯୋଗର ସମ୍ପ୍ରସାରଣ, ଦକ୍ଷତା ବିକାଶ…


