‘ବିଶ୍ୱବିଦ୍ୟାଳୟଗୁଡିକ ନିଜ ଅଞ୍ଚଳରେ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରନ୍ତୁ’

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟଗୁଡିକ ନିଜ ଅଞ୍ଚଳର ଅନ୍ତତ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରିବା ସହ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାର ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କ ପାଇଁ ଆୟୋଜିତ ଏକ ଦିନିକିଆ ଅଭିଜ୍ଞତା ବିନିମୟ…

ଓଡ଼ିଶାକୁ ପ୍ରମୁଖ ଟେକ୍ନୋଲୋଜି ଓ ନବସୃଜନ ହବ୍ କରିବା ପାଇଁ ନିରନ୍ତର ପ୍ରୟାସ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ SAP ସଫ୍ଟୱେର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ସହିତ AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି। ଏହି ଅବସର ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ଏହି ନୂତନ ପଦକ୍ଷେପ ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟ ଓ ନିବେଶ ପାଇଁ ରାଜ୍ୟର ଅନୁକୂଳ ପରିବେଶକୁ ପ୍ରତିଫଳିତ କରୁଛି। କୃତ୍ରିମ…

ଜାତୀୟ ମଞ୍ଚରେ ଓଡ଼ିଶାର ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଗୃହସଜ୍ଜା ଓ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ

ନୂଆଦିଲ୍ଲୀ: ଓଡ଼ିଶାର ବିବିଧ ଗ୍ରାମୀଣ ଉତ୍ପାଦ, ପାରମ୍ପରିକ କାରିଗରୀ ଓ ଉଦ୍ୟୋଗୀ ସାମର୍ଥ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଭାରତୀୟ ବ୍ୟାପାର ମହୋତ୍ସବ ୨୦୨୬ରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରାଯାଉଛି। ଏହି ମହୋତ୍ସବ ୧୨ ଅଗଷ୍ଟରୁ ୧୫ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ପ୍ରଗତି ମୈଦାନଠାରେ…

‘ଗୋବର୍ଦ୍ଧନ ପୀଠର ଐତିହ୍ୟ ରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ’

ଭୁବନେଶ୍ୱର: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠର ସମ୍ପତ୍ତିର ସୁରକ୍ଷା ପାଇଁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତୀ’ଉପରେ…

ହାତୀ ସଂରକ୍ଷଣ ଓ କଲ୍ୟାଣର ବାର୍ତ୍ତା ନେଇ ନନ୍ଦନକାନନରେ ବିଶ୍ୱ ହାତୀ ଦିବସ ୨୦୨୬ ପାଳିତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ସହିତ ବିଶ୍ୱ ହାତୀ ଦିବସ-୨୦୨୬ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ମିରାସେ ଯୋଗଦେଇଥିଲେ। ଏହି ଅବସରରେ ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ଫିଡିଂ ଏନ୍‌ରିଚ୍‌ମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବାସନ୍ତୀ, ହୀରା, ଆଶା ଓ ଲିଶା ହାତୀଙ୍କୁ ପ୍ରାକୃତିକ ଖାଦ୍ୟ ଗ୍ରହଣ…

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରି ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ଥିବା ବେଳେ ପୁଞ୍ଜି ଓ କାର୍ଯ୍ୟକ୍ରମ ଖର୍ଚ୍ଚକୁ ମଧ୍ୟ ବ୍ୟାପକ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟର…

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ସ୍ଥାୟୀ କୃଷି ବ୍ୟବସାୟ ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କୃଷି ଭବନରେ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା” ଅଧୀନରେ ଅବସରପ୍ରାପ୍ତ ଅଧିକାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ନେଇ ଅବସରପ୍ରାପ୍ତ ମାନେ କିପରି ସ୍ଥାୟୀ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ, ସେ ସମ୍ପର୍କରେ ସେମାନଙ୍କୁ ମାର୍ଗଦର୍ଶନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉଦ୍‌ଘାଟନୀ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଜାଧବ ଯୋଗଦେଇ କୃଷି…

କ୍ରୁଟ୍ ପକ୍ଷରୁ ପୁନଃପ୍ରଶିକ୍ଷଣକୁ ବ୍ୟାପକ କରାଯାଉଛି

ଭୁବନେଶ୍ୱର: କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର କାର୍ଯ୍ୟକଳାପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ‘ଆମ ବସ୍’ସେବାର ଗୁଣବତ୍ତା, ସୁରକ୍ଷା ଓ ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିବା ପାଇଁ ସମନ୍ୱିତ ଓ ସମୟବଦ୍ଧ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ଅତିରିକ୍ତ ସଚିବ- ତଥା…

ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ଏତତବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସୋମବାର ଦିନ ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି…

ଚାଷୀମାନେ ନିକଟସ୍ଥ ପାକ୍ସ, କମନ ସର୍ଭିସ ସେଣ୍ଟର ଓ ସହାୟକ ମୋଡ଼୍‌ରେ ପଞ୍ଜିକରଣ କରିପାରିବେ

ଭୁବନେଶ୍ୱର: ଆଗାମୀ ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି (Inter-Ministerial Committee) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀଙ୍କ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ଓ ପାନୀୟଜଳ…