‘ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି’

ଭୁବନେଶ୍ୱର: ବିଶ୍ଵ ସିକିଲ୍ ସେଲ୍ ଦିବସ ଉପଲକ୍ଷେ ୟୁନିସେଫ୍ ଏବଂ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସିକିଲ୍ ସେଲ୍ ନିରାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର…

ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଜନଜାତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନରେ ଲକ୍ଷ୍ୟ ରଖିବା ଉଚିତ ଏବଂ ଶିକ୍ଷା ହିଁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତିI ଚଳିତ ଜୁନ ୧୯ ତାରିଖ ସନ୍ଧ୍ୟାରେ ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ରାଜ ଭବନର ଅଭିଷେକ ହଲ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତିI ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ଦ୍ୱାରା…

ବିଦ୍ୟାଳୟ ନବସୃଜନ ପରିଷଦକୁ କାର୍ଯ୍ୟକାରୀ କରିବା ନେଇ କର୍ମଶାଳା ଆୟୋଜନ

ଭୁବନେଶ୍ବର: ରାଜ୍ୟରେ ଉଚ୍ଚ ମାଧ୍ୟମିକସ୍ତରରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଓ ଦକ୍ଷତାକୁ ଏକ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ କୃଷି ଭବନସ୍ଥିତ ଅଡ଼ିଟୋରିୟମଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଦୁଇ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନବସୃଜନ ସେଲ୍ (MIC) ଏବଂ ଅଖିଳ ଭାରତୀୟ ବୈଷୟିକ  ଶିକ୍ଷା ପରିଷଦ (AICTE) ସହଯୋଗରେ ବିଦ୍ୟାଳୟ ନବସୃଜନ ପରିଷଦ (School Innovation Council)…

ଓଡ଼ିଶାର ସାଂସ୍କୃତିକ ବିଭବକୁ ବିଶ୍ଵସ୍ତରରେ ପ୍ରତିପାଦିତ କରିବା ପାଇଁ ସରକାର ନିରନ୍ତର ପ୍ରୟାସରତ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁଠାରୁ ମହତ୍ବପୂର୍ଣ୍ଣ ହେଲେ ସାଧାରଣ ଜନତା। ଜନତାର ପ୍ରତ୍ୟେକବର୍ଗର ଲୋକେ ହେଉଛନ୍ତି ଗଣତାନ୍ତ୍ରିକ ପଦ୍ଧତିର ଅଂଶ ବିଶେଷ। ଏହି ଏକ ବର୍ଷ  ଥିଲା ଲୋକଙ୍କ ଆଶା-ଆକାଂକ୍ଷା ପୂରଣ କରିବାର ବର୍ଷ ଏବଂ ଏହି ବର୍ଷ ଥିଲା ସରକାର-ଜନ ସାଧାରଣଙ୍କ ମଧ୍ୟରେ ଥିବା ଖାଇକୁ ଦୂର କରି ସେତୁ ବାନ୍ଧିବାର ବର୍ଷ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟର ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ…

ଓଜେଇଇ -୨୦୨୫ ଫଳାଫଳ ପ୍ରକାଶିତ: କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା  (OJEE-2025) ର ଫଳାଫଳ ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ OJEE -2025 ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାର ଶୁଭ ଉନ୍ମୋଚନ କରିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ…

ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ମହିଳା ଓ କିଶୋରୀମାନଙ୍କର ରକ୍ତହୀନତା ଏବଂ ପିଲାମାନଙ୍କର ଦୃଷ୍ଟି ସମସ୍ୟା ନିରାକରଣ ଉପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ଜୁନ ୧୦ ତାରିଖ ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ ସମୟରେ ବୃଦ୍ଧି ପାଉଥିବା ରକ୍ତହୀନତା ଓ ଦୃଷ୍ଟି ସମସ୍ୟା ଚିନ୍ତାଜନକ ବୋଲି ରାଜ୍ୟପାଳ କହିବା ସହିତ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ନିୟମିତ ପରୀକ୍ଷା ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ…

ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍‌ନାଲ୍‌ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ।…

‘ଶ୍ରୀ ଅନ୍ନ ଅଭିଯାନ ଯୋଗୁଁ ଗରିବଙ୍କ ଖାଦ୍ୟ ଆଜି ପଞ୍ଚତାରକା ରେସ୍ତେlରାଁରେ ପହଞ୍ଚି ପାରିଛି’

ଭୁବନେଶ୍ଵର : କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ଖରିଫ ଚାଷ ପାଇଁ ଶ୍ରୀ ଅନ୍ନ ଅଭିଯାନର ବାର୍ଷିକ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଛିl  ଶ୍ରୀ ଅନ୍ନ ଅଭିଯାନ କୃଷି ବିଭାଗର ଏକ ଯୁଗାନ୍ତକାରୀ ଯୋଜନାl ଏହା ଆମ ରାଜ୍ୟର ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ ଇତ୍ୟାଦିର…

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି  ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧…

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ନିର୍ମାଣ ପ୍ରଶିକ୍ଷଣ

ଭୁବନେଶ୍ବର: ଶିକ୍ଷକ ବିକାଶ ଓ ଡିଜିଟାଲ୍ ଶିକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ସିଆଇଇଟି) ସହ ମିଳିତ ଭାବରେ  ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ଏନସିଇଆରଟିଠାରେ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟରଙ୍କ ନେତୃତ୍ବରେ ପିଏମ-ଇ ବିଦ୍ୟା ଅଧିନରେ ବିଷୟବସ୍ତୁ ବିକାଶ କରିବା ନେଇ ଏକ…