‘ସୁଭଦ୍ରା ଶକ୍ତି ସମାବେଶ’ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ

ଭୁବନେଶ୍ୱର: ରଜ ପର୍ବର ଶେଷ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା ଶକ୍ତି ସମାବେଶ’କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ। ଆସନ୍ତା ୨୧ ଜୁନ୍‌ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ଶକ୍ତି ସମାବେଶ’ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ…

ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଏବଂ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଉଦ୍‌ଘାଟନ କରି କହିଛନ୍ତି, ରାଜ୍ୟ ସରକାର ଏହି ଦୁଇଟି ଯାକ ମିଶନକୁ ସଫଳ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି। ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ…

ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଯୁବପିଢି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ମଙ୍ଗଳବାର ଦିନ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ପରିସରରେ ଇଣ୍ଡିଆନ ଚେମ୍ବର ଅଫ କମର୍ସ (ଆଇସିସି) ଓ ଓୟୁଏଟି ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଫୁଡ୍, ଏଗ୍ରି ଆଣ୍ଡ ବାୟୋଟେକ (FAB) ସମ୍ମିଟ ୨୦୨୬…

ଦିଗଦର୍ଶନ କର୍ମଶାଳା: ପ୍ରଶିକ୍ଷଣ ନେବେ ୧୨୦ ଜଣ ପିଜିଟି

ଭୁବନେଶ୍ୱର:  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଦଘାଟନୀ ଅଧିବେଶନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ…

ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଆଧୁନିକ ବ୍ୟବସାୟିକ ସହାୟତା ମିଳିବ

ଭୁବନେଶ୍ୱର: ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ…

ଓଡ଼ିଶାକୁ ମିଳିଲା ‘ପିଏମ୍ ସୂର୍ଯ୍ୟ ଘର’ ଜାତୀୟ ପୁରସ୍କାର

ଭୁବନେଶ୍ୱର: ସୌର ଶକ୍ତି କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ବଡ଼ ସଫଳତା ହାସଲ କରିଛି। କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବିଶେଷ ଅଭିଯାନରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଦେଇଛି। ଘର ଛାତ ଉପରେ ସୌର ପ୍ରକଳ୍ପ (Rooftop Solar) ଲଗାଇବା କ୍ଷେତ୍ରରେ ଓଡ଼ିଶା, ସର୍ବାଧିକ…

ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖିବା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ: ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ସୁରକ୍ଷିତ ରଖିବା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଏ ଦିଗରେ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଜମିକୁ ଜବରଦଖଲରୁ ରକ୍ଷା କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ନେବା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ସୋମବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ୍ ହଲ୍‌ରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ପାଇଁ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ଉଦଯାପନୀ ସମାରୋହରେ…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତାର ଶୀର୍ଷରେ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶାର ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର (EMRS) ସଫଳତାରେ  ଯୋଡିହେଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରଦର୍ଶନ କରି ଚଳିତ ଓଡ଼ିଶା ଲୋକସେବା ଆୟୋଗ (OPSC) ର ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଏହି ଅନୁଷ୍ଠାନର ତିନି ଜଣ ପୂର୍ବତନ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ନୂଆଗାଁ ଗ୍ରାମର ଗଣ୍ଡ ଜନଜାତିର ସୁଶ୍ରୀ ନୀଳିମା କୁମାରୀ ନାୟକ ଓଡ଼ିଶା…

ଆଞ୍ଚଳିକ ଗତିଶୀଳତା ଯୋଜନା ଏବଂ ବସ୍ ସେବା ରୂପାନ୍ତରଣ ପଦକ୍ଷେପର ଅଗ୍ରଗତି ସମୀକ୍ଷା କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ଏକ ସ୍ଥାୟୀ, ସମନ୍ୱିତ ଏବଂ ଭବିଷ୍ୟତ-ଉପଯୋଗୀ ଗତିଶୀଳତା ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଚାଲିଥିବା ବୈଷୟିକ ସହାୟତା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ  ପାଇଁ ଏକ ବ୍ୟାପକ ଆଞ୍ଚଳିକ ଗତିଶୀଳତା ଯୋଜନା ଏବଂ ରାଜ୍ୟବ୍ୟାପୀ ବସ୍ ସେବା ରୂପାନ୍ତରଣ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଗୃହନିର୍ମାଣ ଓ ନଗର…

ମୌସୁମୀ ବର୍ଷା ଓ ଏଲ୍ ନିନୋ ଆଶଙ୍କାର ମୁକାବିଲା ପାଇଁ ଖରିଫ୍ ୨୦୨୬ ରଣନୀତି ପ୍ରସ୍ତୁତ କଲା ଓଡ଼ିଶା

ଭୁବନେଶ୍ୱର/ବଲାଙ୍ଗୀର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ (El Niño) ର ପ୍ରଭାବ ନେଇ କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ୍ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆସନ୍ତା ଖରିଫ୍ ୨୦୨୬ ଋତୁ ପାଇଁ ବ୍ୟାପକ…