କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।  ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ 4 ଟି ଶିକ୍ଷା…

 “ଅନ୍ତ୍ୟୋଦୟ ଗୃହ ଯୋଜନା”ସରକାରଙ୍କ ଚେତନା ଓ ଦାୟିତ୍ଵର ଅଭିବ୍ୟକ୍ତି: ମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଭାଗର ବିଭିନ୍ନ ଯୋଜନାଗୁଡିକ  ବିଷୟରେ ସବିସ୍ତୃତ ସମୀକ୍ଷା କରିଛନ୍ତି l  ଏହି ସମୀକ୍ଷା ବୈଠକରେ, ମାନ୍ୟବର ମନ୍ତ୍ରୀ ବିଭାଗୀୟ ସମସ୍ତ ଅଧିକାରୀ, ସମସ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଇ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ରାଜ୍ୟର…

ବିଏମସିରେ ହେବ ଆଉ ୩ଟି ଓଡିଏ କୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଉ ତିନିଟି ଓଡ଼ିଶା ବିକାଶ ପ୍ରାଧିକରଣ (ଓଡିଏ) ଅଦାଲତ ସ୍ଥାପନ କରାଯିବ । ବିଏମସି ପରିସର ଅଞ୍ଚଳରେ ବାସଗୃହ ପ୍ଲାନ ଅନୁମୋଦନକୁ ନେଇ ସୃଷ୍ଟି ହେଉଥିବା ବିବାଦର ଏହି କୋର୍ଟଗୁଡିକ ସମାଧାନ କରିବ । ସମ୍ପ୍ରତି ଏହାକୁ ନେଇ ହଜାର ହଜାର ମାମଲା ରହିଥିବାବେଳେ ତାହା ସମାଧାନ କରିବାକୁ ଗୋଟିଏ ମାତ୍ର ଓଡ଼ିଏ କୋର୍ଟ ରହିଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବିଏମସିର ଓଡ଼ିଏ କୋର୍ଟରେ ସମ୍ପ୍ରତି…

‘ଚାଷୀଙ୍କ କ୍ଷୟକ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ଦିଆଯିବ’

ଭୁବନେଶ୍ୱର: ରାଜ୍ୟରେ ୨୭ ମଇରୁ ୩୦ ମଇ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବାବେଳେ ଖୁବ୍‌ ଶୀଘ୍ର କ୍ଷୟକ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ସୁରେଶ…

‘ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ସମାଜ ସଂସ୍କାରକ’

ଭୁବନେଶ୍ୱର: ଅହିଲ୍ୟାବାଈ କେବଳ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ…

ଇ-ଗଭର୍ଣ୍ଣାନ୍ସ ପ୍ରଣୟନରେ ଉତ୍କର୍ଷ ଲାଗି

ଶୁଆକାଟୀ ପଞ୍ଚାୟତକୁ ଜାତୀୟ ଜୁରି ପୁରସ୍କାର ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣି ଦେଇଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା ଦେଶର ଅନ୍ୟ ତିନୋଟି ସ୍ଥାନୀୟ ସଂସ୍ଥା ମଧ୍ୟରେ ସ୍ଥାନ ପାଇ ଏକ ବିରଳ ସଫଳତା ହାସଲ କରିପାରିଛି…