ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି

ଭୁବନେଶ୍ୱର : ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ  “ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁଖରେ ଶତାଧିକ ହୋମି ଭାଭାଙ୍କୁ ବସିଥିବାର ଦେଖିପାରୁଛି।” କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ (Sustainable Development) ପ୍ରତି ନାଇଜର’ର ଅଙ୍ଗୀକାରବଦ୍ଧତା…

‘ଭାଷାର ଉନ୍ନତି ସହିତ ଅର୍ଥନୀତିର ବିକାଶ ଜଡ଼ିତ’

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନ, ଜଣାଶୁଣା ବ୍ୟକ୍ତିତ୍ୱ, ବିଭିନ୍ନ କାର୍ଯ୍ୟକ୍ରମ, ଘଟଣା ଓ ପାରମ୍ପରିକ ଖାଦ୍ୟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାର ଗୁରୁତ୍ୱ ରହିଛି ବୋଲି ଖ୍ୟାତନାମା ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଆୟୋଜିତ ଦୁଇଦିନିଆ କର୍ମଶାଳା ‘ପରିଚୟ’ଉଦ୍ଘାଟନ କରି ଡ. ପଟ୍ଟନାୟକ ଭାଷାକୁ ଜୀବନ୍ତ ଓ ପ୍ରାସଙ୍ଗିକ ରଖିବାର ଯଥାର୍ଥ ପ୍ରୟାସ କରୁଥିବାରୁ ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ପ୍ରଶଂସା କରିଥିଲେ। ସି.ୱାଇ.ଏସ୍‍.ଡି….

ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଶିକ୍ଷଣର ମାନକୁ ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ନର୍ସିଂ କଲେଜ ପ୍ରତିଷ୍ଠା ଏବଂ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଛି। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଉଚ୍ଚମାନର ନର୍ସିଂ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ସମସ୍ତ ଅନୁଷ୍ଠାନରେ ନିର୍ଦ୍ଧାରିତ ମାନଦଣ୍ଡର କଡ଼ାକଡ଼ି ପାଳନ ଅତ୍ୟନ୍ତ ଆବଶ୍ୟକ। ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ…

ଆଧୁନିକ ଜ୍ଞାନକୌଶଳ ଉପଯୋଗ କରି ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ସଚେତନତା ଅଭାବରୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟଣାମାନ ଦେଖିବାକୁ ମିଳୁଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ପରିଧାନ ନ କରିବା, ଟ୍ରାଫିକ୍‌ ନିୟମ ନ ମାନିବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ଘଟୁଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ଏକ ଦୁଇଦିନିଆ କର୍ମଶାଳା ହେବାକୁ ଯାଉଛି।…

ନବୀକରଣୀୟ ଶକ୍ତି ଏବଂ ସୁଲଭ ଗୃହ ନିର୍ମାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ, ବିଶାଳ କୁମାର ଦେବ ଓପିଟିସିଏଲ୍ ର…

ସୁଦୃଢ଼ ହେବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିତ୍ତିଭୂମି

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ନୂତନ ରାଜସ୍ୱ ଭବନ ଏବଂ ବିପର୍ଯ୍ୟୟ ଭବନ ନିର୍ମାଣ ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏଥିସହିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ର ନୂତନ ଅତ୍ୟାଧୁନିକ ପ୍ରେକ୍ଷାଳୟ ଏବଂ ଭୁବନେଶ୍ୱରର ନୂତନ ସ୍ପେଶାଲ୍ ସର୍କିଟ୍ ହାଉସ୍ ନିର୍ମାଣ ସମ୍ପର୍କରେ ମଧ୍ଯ ସୁବିସ୍ତୃତ ଆଲୋଚନା କରାଯାଇଛିl OBCC ଏବଂ ନିର୍ମାଣ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବିତ ରୂପରେଖ ପ୍ରଦର୍ଶିତ…

ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ହେବ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟ

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ସମ୍ପୂର୍ଣ୍ଣ କ୍ୟାସଲେସ୍ ପଞ୍ଜୀକରଣ ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପେପରଲେସ୍ ଏବଂ କ୍ୟାସଲେସ୍ ବ୍ୟବସ୍ଥା ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ବାରୋପ କରିଛନ୍ତି l ବୈଠକର ଆଲୋଚନା ଅନୁଯାୟୀ, ଏଣିକି ଜମିଜମା କିଣାବିକା…

ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ

ଭୁବନେଶ୍ୱର: ସଂସ୍କୃତ ବିଦ୍ୱାନମାନେ ଏଆଇ-ଚାଳିତ ନବସୃଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତିI ମଙ୍ଗଳବାର ଦିନ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତିI ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଭାରତର ସମୃଦ୍ଧ ଜ୍ଞାନ ଐତିହ୍ୟକୁ ସଂରକ୍ଷଣ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଡିଜିଟାଲ୍ ପ୍ରଯୁକ୍ତି ଏବଂ…

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଟ୍ରାଇବ୍ଏକ୍ସ (TribeX)’ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ

ଭୁବନେଶ୍ୱର: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନ (Tribal Research Institutes – TRIs)ଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ, ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପୁନର୍ବ୍ୟକ୍ତି ହେଉଛି ଏହି କର୍ମଶାଳା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଏହି…

ଓଟିଇଟି ପରୀକ୍ଷା ପରିଚାଳନା ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟର ୩୦ ଗୋଟି ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପରୀକ୍ଷା ଦେଉଥିବା ସାଧାରଣ ପରୀକ୍ଷାର୍ଥୀ, ଭିନ୍ନକ୍ଷମ ପରୀକ୍ଷାର୍ଥୀ ଓ ସେମାନଙ୍କ ସହାୟକଙ୍କ ସହ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ମାଧ୍ୟମିକ…