ଫେବୃଆରୀ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍ଡିଏ) ୧୦ ଫେବୃଆରୀ (ମଙ୍ଗଳବାର) ଠାରୁ ଆରମ୍ଭ ହେବ। ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୭.୪୦ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । କାର୍ଯ୍ୟସୂଚୀ ଅନୁଯାୟୀ, ବଲାଙ୍ଗିର , ବରଗଡ , ଢେଙ୍କାନାଳ , ଯାଜପୁର , ଗଞ୍ଜାମ ଜିଲାର ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍ଡିଡି) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ…


