ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କର
ଭୁବନେଶ୍ୱର: ଆମ୍ଭେମାନେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ଆମେ ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ ଏବଂ ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ, ଏହା ହିଁ ହେଉଛି ସୁଶାସନର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ…


