ଉନ୍ନତ ଇଭି ବସ୍ ତାଲିମ ଶେଷ କରି ଫେରିଲେ ୨୦ ମହିଳା ଚାଳକ
ଭୁବନେଶ୍ୱର: ମହିଳାଙ୍କ ନେତୃତ୍ୱରେ ସହରୀ ପରିବହନ ସେବାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ପ୍ରମୁଖ ସାର୍ବଜନୀନ ପରିବହନ ସଂସ୍ଥା ‘କ୍ୟାପିଟାଲ୍ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ’(କ୍ରୁଟ୍) ପକ୍ଷରୁ ‘ଆମ ବସ୍’ ସେବା ପାଇଁ ମହିଳା ଚାଳକ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ, ବୈଧ ଭାରୀ ଯାନ ଚାଳନା ଅନୁମତିପତ୍ର ଥିବା ୨୦ ଜଣ ମହିଳା ଚାଳକଙ୍କୁ ପୁଣେରେ ଉନ୍ନତ ତାଲିମ ପାଇଁ ଚୟନ…


