ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି
ଭୁବନେଶ୍ୱର : ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୋଲିସ ନିରନ୍ତର ଉଦ୍ୟମ କରିବା ସହିତ ଚଢାଉ ଅଭିଯାନ ଜାରି ରଖିଛି। ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା…


