‘ବୀରେନ୍ ମିତ୍ର ଥିଲେ ଜନ କଲ୍ୟାଣର ନିରହଂକାର କର୍ମଯୋଗୀ’
ଭୁବନେଶ୍ୱର : ସାଧାରଣ ଜନତା, କୃଷକ, ଶ୍ରମିକ ଓ ଅସହାୟ ମଣିଷଙ୍କର ଉତ୍ଥାନ ପାଇଁ ଯେଉଁ କେତେଜଣ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଅନ୍ୟତମ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଜନ କଲ୍ୟାଣର ନିରହଂକାର କର୍ମଯୋଗୀ ଓ ସମାଜ-ସଂସ୍କାରକ ଭାବେ ସାଧାରଣ ମଣିଷ ଓ ସମାଜର ନିମ୍ନବର୍ଗରେ ରହୁଥିବା ଲୋକମାନଙ୍କ ବିଶ୍ୱାସଭାଜନ ହୋଇ ପାରିଥିଲେ। ସେ ସରଳ ଜୀବନ, ପରୋପକାର, ଅନ୍ୟାୟର ପ୍ରତିବାଦ, ସଫଳ ସଂଗଠକ, ଜାତିଭେଦର ବିରୋଧ,…


