୧୫ ନଭେମ୍ବର ଯାଏଁ ଚାଲିବ ଜନଜାତୀୟ ଗୌରବ ବର୍ଷ ପାଳନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଚଳିତ ବର୍ଷ ଜନଜାତୀୟ ଗୌରବ ବର୍ଷ ଉତ୍ସବ ପାଳନ ୧ ନଭେମ୍ବରରୁ ୧୫ ନଭେମ୍ବର ଯାଏଁ ସମଗ୍ର ଦେଶରେ ପାଳନ କରାଯାଉଛି। ଭାରତର ସମୃଦ୍ଧ ଆଦିବାସୀ ଐତିହ୍ୟ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ସମ୍ମାନିତ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି। ଏହିକ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି…

ଓଡ଼ିଶାର କଳା, ସଂସ୍କୃତି ଅନୁସନ୍ଧାନ ଏବଂ ଆଧ୍ୟାତ୍ମିକ ଭୂମି ପରିଦର୍ଶନ କରିବାକୁ ଅନ୍ୟ ରାଜ୍ୟର ଲୋକଙ୍କୁ ରାଜ୍ୟପାଳଙ୍କ ନିମନ୍ତ୍ରଣ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶନିବାର ଦିନ ଗୁଜୁରାଟର ନର୍ମଦା ଜିଲ୍ଲା ଏକତା ନଗର (କେୱଡିଆ) ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଭାରତ ପର୍ବ ୨୦୨୫ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ସମ୍ବୋଧିତ କରି ଅନ୍ୟ ରାଜ୍ୟର ଲୋକଙ୍କୁ କଳା, ସଂସ୍କୃତି ଓ ଆଧ୍ୟାତ୍ମିକତାର ଭୂମି ଓଡ଼ିଶା   ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତ। ଭାରତ ପର୍ବ ହେଉଛି ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାକୁ ପାଳନ କରିବା ପାଇଁ ଭାରତ…

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩; ଗ୍ରାଚ୍ୟୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନ ସମାରୋହରେ ଶ୍ରମ ଓ କର୍ମଚାର ରାଜ୍ୟ ବୀମା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ମଧୁମିତା ନାୟକ…

କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠିରୁ ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦ୍‍ଘାଟନ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ଏଥିସହିତ ସେ କହିଥିଲେ ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ…

ଲୋକସେବା ଭବନରେ ବନ୍ଦେ ମାତରମ୍‌ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍ ‘ ର ୧୫୦ ତମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ କହିଥିଲେ।…

ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା “ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା, ଶାସନରେ ନୀତି” ବିଷୟରେ ସମ୍ଭାଷଣ

ଭୁବନେଶ୍ୱର: ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ଦ ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ “ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା, ଶାସନରେ ନୀତି”ବିଷୟରେ ଏକ ପ୍ରେରଣାଦାୟକ ସମ୍ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଏହି ସଭାରେ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଏକ ଅଗ୍ରଗତିଶୀଳ,  ଶାନ୍ତି, ସଦଭାବନା ଓ ଭାଇଚାରାର ସମନ୍ୱୟରେ ସମାଜ…

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକାର ବିତରଣ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ଉପନିର୍ବାଚନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶନରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ନୂଆପଡା ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 51 ହଜାର 919 ଭୋଟର ସୂଚନା ପତ୍ର ଏବଂ 85 ହଜାର ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରାଯାଇଛି। ଭୋଟର ତାଲିକାରେ…

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।  ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ  ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ,  ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ…

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩: ଗ୍ରାଚୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସମ୍ବନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଦୂଇକିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା…

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧଦିବସ

ଭୁବନେଶ୍ୱର: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ…